Latest Odisha News

BREAKING NEWS

ମହିମା ମିଶ୍ରଙ୍କ ଘରେ ରେଡ୍ ପରେ ୪ ଜଣଙ୍କୁ ବାନ୍ଧିଲା CBI

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣଙ୍କୁ ଗିରଫ କରିଛି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, OSL ଅପରେସନ୍ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ୍ ମ୍ୟାନେଜର ଶଂଖଶୁଭ୍ର ମିତ୍ରଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି । ଅନ୍ୟପଟେ ସିବିଆଇର ନୋଟିସ୍ ପରେ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ର । ଗତକାଲି ସିବିଆଇ କଟକ ଓ ପାରାଦୀପର ଏକାଧିକ ସ୍ଥାନରେ ରେଡ୍ କରିଥିଲା ।

କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ରେଡ୍ ପରେ ମହିମାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଆଣି ପଚରାଉଚରା ପରେ ସିବିଆଇ ଛାଡ଼ି ଦେଇଥିଲା । ପାରାଦୀପରେ ଓଏସଏଲ, କେସିଟି ସମେତ ପାରାଦୀପ ବନ୍ଦର ଅଧିକାରୀଙ୍କୁ ସିବିଆଇ ଜେରା କରିଥିଲା । ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାରକୁ ନେଇ ସିବିଆଇ ରେଡ୍ କରିବା ପରେ ଗିରଫ କରିଥିବା ସୂଚନା ମିଳିଛି ।

ପାରାଦୀପ ବନ୍ଦର ଚିଫ୍ ଇଲେକ୍ଟ୍ରିକାଲ ମେକାନିକାଲ ଇଞ୍ଜିନିୟର (ସିଇଏମଇ) ମୁଖ୍ୟ ସରୋଜ କୁମାର ଦାସ ଓ ତାଙ୍କର ଜଣେ ସହଯୋଗୀ କଣ୍ଟ୍ରାକ୍ଟ ୱାର୍କର ସୁମନ୍ତ ରାଉତଙ୍କୁ ଗୁରୁବାର ରେଡ୍ ପରେ ସିବିଆଇ ହେପାଜତକୁ ନେଇଥିଲା । ଆଜି ଗିରଫ କରିଛି । ରେଡ୍ ବେଳେ ସରୋଜ ଦାସଙ୍କ ଘରୁ ନଗଦ ୮୦ ଲକ୍ଷ ଟଙ୍କା ଓ ସୁମନ୍ତଙ୍କ ଘରୁ ୫୦ ଲକ୍ଷ ଟଙ୍କା ସିବିଆଇ ଜବତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.