Latest Odisha News

BREAKING NEWS

ଆସନ୍ତା ୨୬ରୁ ଯୋରନ୍ଦା ମେଳା ଆରମ୍ଭ: ପୀଠରେ କରୋନା କଟକଣା ଜାରି 

ଢ଼େଙ୍କାନାଳ: ଆସନ୍ତା ଶୁକ୍ରବାରଠାରୁ ୩ ଧରି ପ୍ରସିଦ୍ଧ ଯୋରନ୍ଦା​‌ ମେଳା ଆରମ୍ଭ ହେବାକୁ ଯାଉଛି । ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢ଼େଙ୍କାନାଳର ମହିମା ଗାଦୀରେ ମହିମା ସାଧୁମାନଙ୍କ ଏହି ବାର୍ଷିକ ଉତ୍ସବରେ ଚଳିତବର୍ଷ କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ କଟକଣା ଜାରି କରାଯାଇଛି । ଫଳରେ କେବଳ ପରମ୍ପରାକୁ ବଞ୍ଚିବା ପାଇଁ ପୀଠର ମହିମା ସାଧୁମାନେ ପ୍ରସ୍ତୁତି କରିଛନ୍ତି । 

ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଉପରେ ଚଳିତ ବର୍ଷ କଟକଣା ଜାରି କରାଯାଇଛି । ତିନିଦିନ ବ୍ୟାପି ଏହି ମେଳା ଆନୁଷ୍ଠିତ ହେବ । ପ୍ରତ୍ୟେକ ବର୍ଷ ବିଶ୍ଵବ୍ୟାପୀ ମହିମା ସାଧୁମାନେ ଏହି ମେଳାରେ ସାମିଲ ହୋଇଥାନ୍ତି ।

ମାତ୍ର ଚଳିତ ବର୍ଷ ପୁଣି କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀକୁ ବାରଣ କରାଯାଇଛି । ଏପରି କି ମହିମା ଗାଦୀର ସାଧୁମାନଙ୍କ କୋଭିଡ ଟେଷ୍ଟ କରାଯାଇଛି । ନେଗେଟିଭ ରିପୋର୍ଟ ଥିବା ଅତି ବେଶୀରେ ୫୦ଜଣ ସାଧୁ ମୁଖ୍ୟ ଗାଦୀ ମନ୍ଦିରରେ ଝାଡ଼ ଦୀପ ଓ ଧୁନୀ ପରି ନୀତିକାନ୍ତିରେ ନିୟୋଜିତ ହୋଇପାରିବେ । ଫଳରେ କିଭଳି ପରମ୍ପରାକୁ ବଞ୍ଚାଇ ରଖିବେ ସେଥିପାଇଁ ମହିମା ସାଧୁମାନେ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ତଥା ମହିମା ଗାଦୀର ମୁଖ୍ୟ ।

Leave A Reply

Your email address will not be published.