Latest Odisha News

BREAKING NEWS

ଦି କେରଳ ଷ୍ଟୋରୀ: କେଉଁଠାରୁ ଆଣିଥିଲେ ୩୨୦୦୦ ସଂଖ୍ୟା ତାର ପ୍ରମାଣ ଦେଲେ ମେକର୍ସ

ମୁମ୍ବାଇ: ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିବା ପରେ ଶୁକ୍ରବାର ଏହାର ମେକର୍ସ ୩୨୦୦୦ ମହିଳାଙ୍କ ସମ୍ପର୍କରେ ଚାଂଚଲ୍ୟକର ଡାଟା ପ୍ରଦାନ କରିଛନ୍ତି । ଧର୍ମାନ୍ତରଣ କରି ଆଇଏସଆଇଏସରେ କିପରି କେରଳର ମହିଳାମାନଙ୍କୁ ସାମିଲ କରାଯାଇଥିଲା ତାହା ଏହି ଫିଲ୍ମର ବିଷୟବସ୍ତୁ ରହିଥିଲା । ଏ ନେଇ ବିବାଦ ଉପୁଜିଥିଲା ଏବଂ ଏହା ଏକ ପ୍ରୋପାଗାଣ୍ଡା ଫିଲ୍ମ ବୋଲି ମଧ୍ୟ କୁହାଯାଇଥିଲା । ନିର୍ଦ୍ଦେଶକ ସୁଦୀପ୍ତୋ ସେନ ଓ ପ୍ରଡ୍ୟୁସର ବିପୁଲ ଶାହ ପ୍ରମାଣ ସହ ଏକ ଶର୍ଟ ଭିଡିଓ ସୋସିଆଲ ମିଡିଆରେ ଛାଡିଛନ୍ତି । ୨୦୦୬ରୁ ୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଥିବା ବିଏସ ଅଚ୍ୟୁତାନନ୍ଦ ଏକ ପ୍ରେସ ମିଟରେ କହିଥିଲେ, ଆଗାମୀ ୨୦ ବର୍ଷ ମଧ୍ୟରେ କେରଳ ଏକ ମୁସଲିମ ରାଜ୍ୟ ପାଲଟି ଯାଇଥିବ ।

ମୁସଲମାନ ଯୁବକଙ୍କ ଅର୍ଥ ପ୍ରଦାନ କରାଯିବ ସହ ହିନ୍ଦୁ ଝିଅଙ୍କୁ ବିବାହ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ବର୍ତମାନର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମଧ୍ୟ ସେ ସମୟରେ ଏ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ବିପୁଲଙ୍କ ମତରେ ଏବେ ସେ କାହିଁକି ଏହାକୁ ବିରୋଧ କରୁଛନ୍ତି ବୁଝାପଡୁନି । ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ଗୋଟିଏ ଛୋଟ ପିଲା ଦୃଢ଼ ଆତ୍ମବିଶ୍ୱାସ ସହକାରେ ସଂଘି ଓ ହିନ୍ଦୁଙ୍କୁ ଟାର୍ଗେଟ କରି କହୁଛି । ସେହିପରି ସିଏନଏନର ଏକ ଡକ୍ୟୁମେଂଟ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ କେରଳର କିଛି ଗ୍ରାମରେ ଶରିୟା ନିୟମରେ ଚାଲୁଛି ।

ଏହା ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମନ ଚାଣ୍ଡିଙ୍କ ପ୍ରମାଣ ମଧ୍ୟ ଏଥିରେ ଦର୍ଶାଇଛନ୍ତି । ସେଥିରେ ୨୦୧୫ରେ ୯୦୦ ଓ ୨୦୧୬ରେ ୩୧୨ ଝିଅ ଧର୍ମାନ୍ତରଣ କରିଥିଲେ । ସେମାନଙ୍କ ନମ୍ବର ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ହିନ୍ଦୁ ସେବା କେନ୍ଦ୍ରମ ସଂଗଠନଠାରୁ ମଧ୍ୟ ଡାଟା ସଂଗ୍ରହ କରାଯାଇଛି । ଏହି ସମସ୍ତ ତଥ୍ୟରୁ ୩୨୦୦୦ ସଂଖ୍ୟା ଆସିଥିଲା ବୋଲି ବିପୁଲ କହିଛନ୍ତି ।

Leave A Reply

Your email address will not be published.