Latest Odisha News

BREAKING NEWS

ଆହତଙ୍କୁ ନେବାକୁ ଆମ୍ବୁଲାନ୍ସ ଅଭାବ, ବସରେ ଡାକ୍ତରଖାନା ନେବାକୁ ନିର୍ଦ୍ଦେଶ

ବାଲେଶ୍ୱର: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି । ପ୍ରାୟ ୫୦ଟି ଆମ୍ବୁଲାନ୍ସ ଆହତଙ୍କୁ ମେଡିକାଲ୍ ନେବା ଲାଗି ନିୟୋଜିତ ହୋଇଛି ।

ତେବେ ଗୁରୁତର ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଆମ୍ବୁଲାନ୍ସରେ ନେବା ସମ୍ଭବ ହେଉ ନାହିଁ । ତେଣୁ ଆହତଙ୍କୁ ବଡ଼ ବସରେ ମେଡିକାଲ୍ ନିଆଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୪୭ ଜଣ ଆହତଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ୧୩୨ ଜଣଙ୍କୁ ଗୋପାଳପୁର, ସୋର ସିଏଚସି ଓ କଣ୍ଟାପଡ଼ା ପିଏଚସିରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ଡାକ୍ତରୀ ଦଳ ଉପସ୍ଥିତ ଅଛନ୍ତି । ହାୱଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର ୦୩୩-୨୬୩୮୨୨୧୭, ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର ହେଲ୍ପଲାଇନ୍ ନମ୍ବର ୮୨୪୯୫୯୧୫୫୯, ୭୯୭୮୪୧୮୩୨୨, ଶାଲିମାର ହେଲ୍ପ ଲାଇନ୍ ନମ୍ବର ୯୯୦୩୩୭୦୭୪୬ ରହିଛି ।

ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କ ସହ ଏସ୍ଆରସି, ଅଗ୍ନିଶମ ଡିଜି, ରାଜସ୍ୱ ମନ୍ତ୍ରୀଙ୍କୁ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ପରେ ଉଭୟ ଲାଇନରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.