ପୋଲସରା: ଦୁଇଟି ବଳଦ ବଜ୍ରାଘାତରେ ଜିଅନ୍ତା ପୋଡି ମାରିଯାଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ । ସୂଚନାନୁସାରେ, ଢୁଙ୍କାପଡା ଗ୍ରାମର ବୃନ୍ଦାବନ ଦାସଙ୍କ ଦୁଇ ବଳଦ ତାଙ୍କ ଗୁହାଳ ମଧ୍ୟରେ ଥିଲେ । ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଚାଳ ଛପର ଗୁହାଳ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ନିଆଁ କରାଳ ରୂପ ଧାରଣ କଲା । ଏହି ନିଆଁରେ ଗୁହାଳ ଘରେ ଥିବା ଦୁଇ ବଳଦ ଜୀବନ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଏହି ଘଟଣାଟି ଅତ୍ୟନ୍ତ ହୃଦୟ ବିଦାରକ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଚାଷ କରି ପେଟ ପୋଷୁଥିବା ବୃନ୍ଦାବନ ଦାସ ଦୁଇଟି ବଳଦକୁ ହରାଇ ସର୍ବସ୍ୱନ୍ତ ହୋଇ ପଡିଛନ୍ତି । ବୃନ୍ଦାବନଙ୍କୁ ସରକାରୀ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ।
BREAKING NEWS
- stone crusher: ୪ ପଥର କ୍ରସର ୟୁନିଟକୁ NGT ଝଟକା;ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ…
- Vigilance trap:ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ JRA
- Sambalpur police encounter:ନିଶା ମାଫିଆକୁ ଏନକାଉଣ୍ଟର; ଦେଶୀ ବନ୍ଧୁକ ସହ ବିପୁଳ କଫ ସିରପ୍ ଜବତ
- Ajit Doval Career: ‘ଶେଷ ହୋଇଗଲା କ୍ୟାରିୟର୍…’, ଅଜିତ ଡୋଭାଲଙ୍କ ବଡ ଖୁଲାସା! ଯେତେବେଳେ ଭାରତୀୟ ଏଜେଣ୍ଟକୁ ଧରି ପକାଇଥିଲା ଚୀନ୍…
- BBSR Family Tragedy: ତୁରୀ, ମହୁରୀରେ କମ୍ପିଥାନ୍ତା, କାନ୍ଦ ବୋବାଳିରେ ଫାଟୁଛି; କେଡେ ନିଷ୍ଠୁର ଏ ଦଇବ! ଏକାସାଙ୍ଗରେ ପୁଅ-ଝିଅ, ଜ୍ବାଇଁ, ନାତି-ନାତୁଣୀ ସମସ୍ତଙ୍କୁ ନେଇଗଲା…
- Surama Padhy in Cape Town: ଦିବ୍ୟାଙ୍ଗଙ୍କ ପାଇଁ ସଂସଦ ହେଉ ଅଧିକ ସମାବେଶୀ; କେପ୍ଟାଉନ୍ରେ ଓଡ଼ିଶାର ଉଦାହରଣ ରଖିଲେ ବାଚସ୍ପତି ସୁରମା ପାଢ଼ୀ
- Odisha Silicon Valley: ନରାଜ ହେବ ଓଡ଼ିଶାର ‘ସିଲିକନ୍ ଭ୍ୟାଲି’; ସେମିକନ୍ ଇଣ୍ଡିଆରୁ ମିଳିଲା ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ
- Deepveer: ଦୀପିକା-ରଣଭୀରଙ୍କ ଘରେ ପୁଣି ଖୁସିର ଲହରୀ, ଘରେ ପଡିଲା ରାଧାରାଣୀଙ୍କ ପାଦ…
- Heavy Rain Alert: ୨୨ରେ ଗଭୀର ଅବପାତ! ଓଡ଼ିଶାରେ ପ୍ରବଳ ବର୍ଷିବ…ଆଗାମୀ ୩-୪ ଦିନ ଉପରେ ନଜର…
- Iran-US Talk: ଆମେରିକା ସହ ଆଲୋଚନା ପାଇଁ ଇରାନର ୭ ସର୍ତ୍ତ, ଟ୍ରମ୍ପ ନମାନିଲେ ‘ନିର୍ଣ୍ଣାୟକ ଯୁଦ୍ଧ’ ଧମକ!

Comments are closed.