Latest Odisha News

BREAKING NEWS

ମୁଣ୍ଡିଆ ମାରିବା ପୂର୍ବରୁ ଠାକୁର ଉଭାନ୍, ମୂର୍ତ୍ତିଶୂନ୍ୟ ହେବ କି ମନ୍ଦିରମାଳିନି ସହର ?

ଭୁବନେଶ୍ୱର: ମାତିଛନ୍ତି ଦୁର୍ଲ୍ଲଭ ମୁର୍ତ୍ତି ଚୋର । ଖାଲି କରିଦେଉଛନ୍ତି ମନ୍ଦିର । ମନ୍ଦିର ଅଛି ହେଲେ ଗାଏବ ହୋଇଯାଉଛି ଅଷ୍ଟଧାତୁରେ ନିର୍ମିତ ଠାକୁର।ରାତି ଅଧିଆ ମନ୍ଦିର‌ ବେଢାରୁ ଚୋରି ହୋଇଯାଉଛି ଦୁର୍ଲଭ ମୁର୍ତିର‌ ଠାକୁର। ରାଜଧାନୀରେ ଏବେ ମୁର୍ତ୍ତି ଚୋର ରାକେଟ ନେଇ ଲୋକଙ୍କ ଭାବା ବେଗରେ ଲାଗିଛି ଆଘାତ। କାରଣ ଠାକୁରକୁ ମୁଣ୍ଡିଆ ମାରିବା ପୂର୍ବରୁ ମୂର୍ତି ହେଉଯାଉଛି ଗାଏବ। ଯାହାର ଘଟଣା ଦେଖିବାକୁ ମିଳିଛି ବାଲିଅନ୍ତା ଥାନା ଟଙ୍କପାଣି ମନ୍ଦିରରେ।

ରବିବାର‌ ରାତିରେ ମନ୍ଦିର‌ ପଛ ପଟ ଗେଟ ତାଡି ମନ୍ଦିରରୁ ଚୋରି କରିଛନ୍ତି ୭ଟି ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି ।ବହୁ ପୁରାତନ ମୂର୍ତ୍ତି ନେଇ ମନ୍ଦିର ଖାଲି କରି ଦେଇଛନ୍ତି ଦୁର୍ବୁତ୍ତ। ମନ୍ଦିର ପୂଜକ ମନ୍ଦିର‌ ବେଢାରେ ପହଞ୍ଚି ମୁଣ୍ଡିଆ ମାରିବା ପୂର୍ବରୁ ଦେଖିଲା ବେଳକୁ ମେଲା ହୋଇଥିଲା ମନ୍ଦିର ଗେଟ । ଗାଏବ ହୋଇଥିଲା ଦୁର୍ଲଭ ଅଷ୍ଟଧାତୁରେ ନିର୍ମିତ ମାନ ଠାକୁର ମୂର୍ତ୍ତି । ଯାହାକୁ ନେଇ ମନ୍ଦିର ପୂଜକ କୁନା ମହାପାତ୍ର କହିଛନ୍ତି ଠାକୁର ନାହାନ୍ତି ମୁଣ୍ଡିଆ ମାରିବି କାହାକୁ। ଖାଇବା ପିଇବା ଭୁଲି ଗଲୁଣୁ। ପୋଲିସ ତଦନ୍ତ କରି ଏହି ଚୋରକୁ ଧରିବା ଦରକାର। ପୋଲିସ ତଦନ୍ତ କରିବା ଦରକାର ବୋଲି କହିଛନ୍ତି ।

ତେବେ ଏଘଟଣା ସେହି ଅଞ୍ଚଳରେ ନୂଆ ନୁହେଁ ଗତ ଏପ୍ରିଲ ୨୮ତାରିଖରେ ଚଉଶଠି ଯୋଗିନି କଡ ପ୍ରତାପ ରୁଦ୍ରପୁର ଅଖଣ୍ଡଳେଶ୍ୱର ମନ୍ଦିରରୁ ଚୋରି ହୋଇଥିଲା ଦୁର୍ଲଭ ଅଷ୍ଟଧାତୁ ମୁର୍ତ୍ତି । ସେହିପରି ପ୍ରତାପ ଶାସନରୁ ୨ଟି ମୂର୍ତ୍ତି, ଜୟଦେବ ନୃସିଂହନାଥ ମନ୍ଦିରରୁ ୨ଟି ମୂର୍ତ୍ତି,ଗୋପୀନାଥ ମନ୍ଦିରରୁ ୧୫ଟି ମୂର୍ତ୍ତି ଚୋରି ହୋଇଛି ପୂର୍ବରୁ।

ଗତ କିଛି ଦିନ‌ ତଳେ ଜଟଣି ଥାନା ଅଞ୍ଚଳରୁ ଏକ ମୂର୍ତ୍ତି ଚୋର ରାକେଟ ଧରିଥିଲା ପୋଲିସ। ହେଲେ ସେମାନେ ଏହି ରାକେଟ ସହ ସମ୍ପୃକ୍ତ ନୁହେଁ ବୋଲି ପୋଲିସ ସୁଚନା ପାଇଥିଲା। ଏବେ ପୁଣି ଏଇ ଘଟଣା ଘଟିବା ପରେ ଭୁବନେଶ୍ଵର ଡିସିପି କହିଛନ୍ତି ଏକ ଟିମ ଗଠନ କରାଯାଇଛି । ବିଶେଷ କରି ଏଭଳି ମୂର୍ତ୍ତିଚୋର ତଦନ୍ତ କରିବେ।

ଏନେଇ ବାଳକାଠି ଓ ବାଲିଅନ୍ତା ଅଞ୍ଚଳର ଅନେକ ମନ୍ଦିରର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି। ତେବେ ଏହି ଦୁର୍ଲ୍ଲଭ ମୂର୍ତ୍ତି ଯାଉଛି କୁଆଡେ‌।ଅନେକ ସମୟରେ ବିଦେଶରେ ଏଭଳି ମୂର୍ତ୍ତିର ଡିମାଣ୍ଡ ଥିବାରୁ ଏଭଳି ମୂର୍ତ୍ତି ଚୋରି ପଛରେ ବିଦେଶୀ ଲିଙ୍କ ଥାଇପାରେ ବୋଲି ସଦେହ କରାଯାଉଛି।

Leave A Reply

Your email address will not be published.