Latest Odisha News

BREAKING NEWS

ଡ୍ରାଇଭରଙ୍କ କବଳରୁ ରାସ୍ତା ମୁକ୍ତ ନ କଲେ ଗଡିବନି ବସ-ଚେତାବନୀ ଦେଲେ ଘରୋଇ ବସ ମାଲିକ ସଂଘ

କଟକ:  ବସ ଚଳାଚଳ ବନ୍ଦ  କରିବେ ବୋଲି ଧମକ ଦେଲେ ଘରୋଇ ବସ ମାଲିକ ସଂଘ । କାରଣ ଆନ୍ଦୋଳନକାରୀମାନେ ଯେପରି ରାସ୍ତାରେ ବସଚାଳକଙ୍କୁ ହଇରାଣ କରୁଛନ୍ତି  । ଆଜି ସନ୍ଧ୍ୟା ସୁଦ୍ଧା  ଆନ୍ଦୋଳନ ବନ୍ଦ କରା ନ ଗଲେ ସେମାନେ ଆଉ ଗାଡି ଗଡାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ ।

ଘରୋଇ ମାଲିକ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆନ୍ଦୋଳନକାରୀମାନେ ବସ ଚାଳକଙ୍କୁ ମାଡ ମାରୁଛନ୍ତି । ଦୁର୍ବ୍ୟବହାର ଦେଖାଉଛନ୍ତି । ଏପରି ସ୍ଥିତିରେ ବସ ଚାଳକମାନେ କେତେଦିନ ଗାଡି ଚଳାଇବେ ବୋଲି  ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ  । ଦିନ ୧୦ ଟାରୁ ୧୧ ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ରାଜପଥ ଉପରେ ବସ ଛିଡ଼ା କରି ପ୍ରତିବାଦ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି।

ଏହାପରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ କରିବେ ବୋଲି କହିଛନ୍ତି  ଘରୋଇ ମାଲିକ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତାକାଲିଠାରୁ ରାଜରେ ୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ରହିବ।

Leave A Reply

Your email address will not be published.