Latest Odisha News

‘ଆରଏମବିଏସଏସ’ର ୧୭,୫୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: କିପରି କରିବେ ଆବେଦନ, ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମହିଳା ବଳ ସ୍ୱାସ୍ଥ୍ୟ ସଂସ୍ଥାନ (ଆର୍‌ଏମ୍‌ବିଏସ୍‌ଏସ୍‌) ପକ୍ଷରୁ ୧୭,୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ କ୍ସବଗ୍ଦଗ୍ଦଗ୍ଦ.ମକ୍ଟ.ସଦ୍ଭ/କ୍ସରମକ୍ସଙ୍କସଗ୍ଧଜ୍ଞରଦ୍ଭଗ୍ଧ/ ରେ ଆବେଦନ କରିପାରିବେ । ଆବେଦେନ କରିବାର ଶେଷ ତାରିଖ ଜାନୁଆରୀ ୨୫ ତାରିଖ ରହିଛି ।

ମୋଟ ପଦବୀ:

-ମୋଟ ପଦବୀ ସଂଖ୍ୟା ୧୭,୫୦୦

-ମେଡିକାଲ ଅଫିସର ପାଇଁ ରହିଛି ୨୫୦୦ଟି ପଦବୀ । ସେହିପରି ମେଡିକାଲ ଆସିଷ୍ଟାଂଟ ପାଇଁ ଅନୁରୂପ ଭାବେ ୨୫୦୦ଟି ପଦବୀ ରହିଛି ।

-ମେଡିକାଲ ୱାର୍କର ପାଇଁ ରହିଛି ୨୦୦୦ଟି ପଦବୀ । ସେହିପରି କମ୍ପ୍ୟୁଟର ଅପରେଟର ପାଇଁ ୨୦୦୦ ଏବଂ ଲ୍ୟାବ ଟେକ୍‌ନିସିଆନ୍ ପାଇଁ ମଧ୍ୟ ୨୦୦୦ଟି ପଦବୀ ରହିଛି ।

-ସେହିପରି ଏନ୍‌ଏମ୍ ପାଇଁ ୨୫୦୦ ଏବଂ ଜିଏନ୍‌ଏମ୍ ପାଇଁ ୨୫୦୦ ପଦବୀ ରହିଛି ।

-ଡ୍ରାଇଭର ପାଇଁ ରହିଛି ୧୫୦୦ ପଦବୀ ।

ଶିକ୍ଷାଗତ ଯୋଗ୍ୟତା

– ଗ୍ରାଜୁଏସନ୍‌/ +୨ ପାସ୍‌/ ଦଶମ ପାସ୍‌/ ୮ମ ପାସ୍ ଯୋଗ୍ୟତା ରହିଛି । ଅଲଗା ଅଲଗା ପଦବୀ ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଏହି ବିଷୟରେ ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟକୁ ଯାଇ ସର୍ଚ୍ଚ କରିପାରିବେ ।

କିପରି କରିବେ ଆବେଦନ

– ଇଚ୍ଛୁକ ଆବେଦନକାରୀ www.rasss.co.in ୱେବ୍‌ସାଇଟରେ ଲଗ୍‌ଇନ୍ କରନ୍ତି ।

– ଏହାପରେ ରେଜିଷ୍ଟ୍ରେସନ୍‌ରେ କ୍ଲିକ୍ କରନ୍ତୁ । ସେଠାରେ ଦିଆଯାଇଥିବା ଫର୍ମକୁ ଫିଲଅପ୍ କରନ୍ତୁ ।

– ଆବେଦେନ କରିବାର ଶେଷ ତାରିଖ ଜାନୁଆରୀ ୨୫ ତାରିଖ ରହିଛି ।

Leave A Reply

Your email address will not be published.