Latest Odisha News

BREAKING NEWS

ସରକାରୀ ପଇସାରେ ଶାସକ ଦଳ ଉପ ନିର୍ବାଚନ ଲଢୁଛି: ପୂର୍ବତନ ମନ୍ତ୍ରୀ

ବ୍ରଜରାଜନଗର: ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଏହି ସମୟରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟତଃ ପ୍ରଚାର ବେଳେ ଶାସକ ଦଳ ସରକାରୀ ପଇସାରେ ନିର୍ବାଚନୀ ପ୍ରଚାର କରୁଛି ବୋଲି ପଞ୍ଚାନନ ଅଭିଯୋଗ କରିଛନ୍ତି।

ବ୍ରଜରାଜନଗରରେ ପଞ୍ଚାନନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସରକାରୀ ଅର୍ଥରେ ଶାସକ ଦଳ ବିଜୁ ଜନତା ଦଳ ଏଠାରେ ଦଳୀୟ ପ୍ରଚାର କରୁଛି । ଆଉ ଏ ବାବଦରେ ନିର୍ବାଚନ କମିଶନ ସବୁ ଜାଣିଛି । ଆଉ ନିରବ ହୋଇ ଦେଖୁଛି । ସେହିପରି ବ୍ରଜରାଜନଗରରେ ରାଜ୍ୟ ସରକାର ୫୦ ବେଡ଼ ଥିବା ଏକ ଡାକ୍ତରଖାନା ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଏହାକୂ ପୂରଣ କରି ନାହାନ୍ତି ।  କେବଳ ଏତିକି ନୁହେଁ ଯେଉଁ ଡାକ୍ତରଖାନା ବେଲପାହାଡ଼ ଅଞ୍ଚଳରେ ରହିଛି ସେଠାରେ ଡାକ୍ତର ମଧ୍ୟ ନାହାନ୍ତି।

ବ୍ରଜରାଜନଗର ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବାଚସ୍ପତି କିଶୋର ପଟେଲ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ସଭା ସମିତି କରିବା ସହିତ ଲୋକଙ୍କ ମୁଦ୍ଦାକୁ ଆୟୁଧ କରି ଭୋଟ୍ ମାଗୁଛନ୍ତି କଂଗ୍ରେସ ପ୍ରାର୍ଥୀ ।

Leave A Reply

Your email address will not be published.