Latest Odisha News

BREAKING NEWS

ଉଚ୍ଚା ଟାରିଫ ସହ ବହୁ ବର୍ଷରୁ ଆମେରିକା ବ୍ୟାପାର କୁ ପ୍ରଭାବିତ କରିଛି ଭାରତ : ଟ୍ରମ୍ପ

ଆମେରିକା: ଆମେରିକା ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ସପ୍ତାହ ରେ ଭାରତ ଯାତ୍ରା ରେ ଆସୁଛନ୍ତି | ନିଜର ଯାତ୍ରା ପୂର୍ବରୁ ଟ୍ରମ୍ପ କହିଲେ ଯେ ଭାରତ ଉଞ୍ଚ ହାର ର ଶୁଳ୍କ ସହ ବହୁ ବର୍ଷ ରୁ ଆମେରିକା ର ବ୍ୟାପାର ଖରାପ ଭାବରେ ପ୍ରଭାବିତ କରିଛି | ଆଗାମୀ ଭାରତ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ଟ୍ରମ୍ପ କହିଛନ୍ତି | ଟ୍ରମ୍ପ ୨୪-୨୫ ଫେବୃଆରୀ ରେ ପତ୍ନୀ ମେଲାନିୟା ଟ୍ରମ୍ପ ସହ ନିଜର ପ୍ରଥମ ଭାରତ ଯାତ୍ରା କରିବେ |

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଗୁରୁବାର କୁ କୋଲରାଡୋ ରେ କହିଲେ ଯେ , ‘ ମୁଁ ଆଗାମୀ ସପ୍ତାହ ଇଣ୍ଡିଆ ଯାଉଛି ଓ ଆମେ ବ୍ୟାପାର ଉପରେ କଥାବାର୍ତ୍ତା କରିବୁ | ଭାରତ ଆମର ବ୍ୟାପାର କୁ ବହୁ ବର୍ଷ ରୁ ଖରାପ ଭାବେ ପ୍ରଭାବିତ କରିଆସିଛି |’ ଏହାସହ ଟ୍ରମ୍ପ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦି କୁ ବହୁତ ପସନ୍ଦ କରନ୍ତି ଓ ଭାରତ ଯାତ୍ରା କାଳରେ ଟ୍ରମ୍ପ ବାଣିଜ୍ୟ ଉପରେ କଥାବାର୍ତ୍ତା କରିବେ | ସେ ଆହୁରି ମଧ୍ୟ କହିଲେ ଯେ, ‘ ଆମେ କିଛି ସାଧାରଣ ଚର୍ଚ୍ଚା କରିବୁ ଓ କିଛି ଵ୍ୟାପାର ଉପରେ ମଧ୍ୟ ଚର୍ଚ୍ଚା କରିବୁ | ଭାରତ ଆମ ଉପରେ ଶୁକ୍ଳ ଲଗାଉଛି ଓ ଭାରତରେ ଏହା ବିଶ୍ୱରେ ସବୁଠୁ ଅଧିକ ଦର ମଧ୍ୟରୁ ଏକ | ଏହା ଆମର ବ୍ୟାପାର କୁ ବହୁତ ଖରାପ ପ୍ରଭାବିତ କରିଆସୁଛି |’

ଆମେରିକା ରାଷ୍ଟ୍ରପତି ଲାସ ଭେଗାସ ର ଏକ କାର୍ଯ୍ୟକ୍ରମରେ କହିଲେ ଯେ , ‘ଆମେରିକା ଓ ଭାରତ ଏକ ଉତ୍ତମ ବାଣିଜ୍ୟ ଚୁକ୍ତି କରିପାରିବ’ | ଏହା ସହ ଟ୍ରମ୍ପ ଏହା ମଧ୍ୟ ସଂକେତ ଦେଇଛନ୍ତି ଯେ ଯଦି ଡିଲ ଆମେରିକା ମୁତାବକ ନହୁଏ, ତାହାଲେ ଏହାର ପ୍ରୋସେସ ଧିମା ପଡିପାରେ |

ଟ୍ରମ୍ପ କହିଲେ ଯେ, ‘ ହୋଇପାରେ ଆମ ବାଣିଜ୍ୟ ଚୁକ୍ତି ଧିମା ହୋଇପାରେ ବା ଏହା ନିର୍ବାଚନ ପରେ କରିପାରେ | ଆମେ ଦେଖୁଛୁ କଣ ହୋଇପାରିବ | ଆମେ ସେତବେଳେ ଚୁକ୍ତି କରିବୁ ଯେତେବେଳେ ଏହା ଭଲ ହେବ, କାରଣ ଆମେ ଆମେରିକା କୁ ପ୍ରଥମ ସ୍ଥାନ ରେ ରଖିଛୁ |’ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଯାତ୍ରା ପୂର୍ବରୁ ସୂଚନା ମିଳୁଛି ଯେ ଦୁଇ ଦେଶ ମଧ୍ୟରେ ବହୁତ ବଡ ବ୍ୟାପାର ଚୁକ୍ତି କରିବା ଦିଗରେ ଆଗକୁ ବଢୁଛି |

Leave A Reply

Your email address will not be published.