Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨-୦୨-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୨୨ ରିଖ ଶନିବାର କୁମ୍ଭ ୧୦ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ଅମାବାସ୍ଯା ତିଥି
ଶ୍ରବଣା ନକ୍ଷତ୍ର ଦିନ ୧୧-୪୩ ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଧନିଷ୍ଠା ମକର ଚନ୍ଦ୍ର ଭୋଗ ହେବ

ଘାତ ବାର-:ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର
ଆଜି: ବିରି ଓ ଆମିଷ ଖାଇବା ନିଷେଧ

ମେଷ: ଅର୍ଥ ପ୍ରାପ୍ତି ହେବା ସହ ବ୍ଯବସାୟ ବାଣିଜ୍ଯରେ ଲାଲାଭବାନ ହେବେ।ସାଙ୍ଗଠନିକ କାର୍ଯ୍ୟର ମୂଖ୍ୟ ଦାୟିତ୍ଵ ନେବେ। କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

ବୃଷ: ଶାରୀରିକ ପୀଡା,ମାନସିକ ଦୁଶ୍ଚିନ୍ତା ପାରିବାରିକ କଳହ ମନକୁ ଭାରାକ୍ରାନ୍ତ କରାଇବ ।ଜମିଜମା ସମସ୍ଯା ଦେଖା ଦେବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ଯାତ୍ରା ଜନିତ କ୍ଳାନ୍ତି ଅନୁଭବ କରିବେ ।ସନ୍ତାନ ସନ୍ତତି ମାନଙ୍କ ପାଇଁ ଚିନ୍ତିତ ହେବେ ।

ମିଥୁନ: ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ଶତୃମାନେ ପରାଜିତ ହେବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ବିଦ୍ଯାର୍ଥୀମାନେ କୃତ କାର୍ଯ୍ୟ ହେବେ ।

କର୍କଟ: ବହୁଦିନର ଆଶା ଅଭିଳାଷ ପୁରଣ ହେବ ।ଧନ ମାନ ସମ୍ମାନ ମିଳିବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ଦେହ ମନ ସୁସ୍ଥ ରହିବ ।ବକେୟା ଅର୍ଥ ହସ୍ତଗତ ହେବ । ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି ।

ସିଂହ: ବାଦାନୁବାଦ ଭିତରେ ଗତି କରିବେ ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ବ୍ଯବସାୟରେ ଲାଭ ଅପେକ୍ଷା କ୍ଷତି ହେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।

କନ୍ୟା: ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଦାମ୍ପତ୍ୟ ଜୀବନରେଭୁଲ ବୁଝାମଣା ଦେଖା ଦେବ ।ମହିଳାମାନେ ସମାଲୋଚିତ ହେବେ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।

ତୁଳା: ପାରିବାରିକ ଜୀବନ ସୁଖମୟ ହେବ ।ପିତାମାତା ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ ।କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଶତୃମାନେ ପରାଜୟ ହେବ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।

ବିଛା: ଦେହ ମନ ସୁସ୍ଥ ରହିବ ।ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ ।ବସ୍ତ୍ର ଆଭୁଷଣ ମିଳିବାର ସମ୍ଭାବନା ଅଛି ।ପୂର୍ବର ସମସ୍ଯା ଓ ପ୍ରତିବନ୍ଧକ ଦୂର ହେବ ।ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ ।ଦୂର ଯାତ୍ରା କରିପାରନ୍ତି ।

ଧନୁ: ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେବ ।ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।ବ୍ଯବସାୟରେ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।

ମକର: ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି। ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ପାଇବେ ନାହିଁ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।

କୁମ୍ଭ: ଅର୍ଥ ଓ ସମ୍ମାନ ମିଳିବ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ଉଚ୍ଚ ଆଶା ପୁରଣ ହେବ ।ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ । ନ୍ଯାୟାଳୟରେ ବିଚାରଧୀନ ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।

ମୀନ: କର୍ଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ଛୋଟ ଛୋଟ କଥାକୁ ନେଇ ବାଦବିବାଦ ଦେଖା ଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ଧନ ହାନୀ ପ୍ରାଣ ପୀଡାର ଭୟ ରହିଛି ।ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ

Leave A Reply

Your email address will not be published.