Latest Odisha News

BREAKING NEWS

ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ପକ୍ଷରୁ ‘ତୃତୀୟ ସ୍ୱରରବିନ୍ଦ ଉତ୍ସବ’ ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ଆନୁକୂଲ୍ୟରେ ଭଜନ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ୫୯ତମ ଜୟନ୍ତୀ ଅବସରରେ ‘ତୃତୀୟ ସ୍ୱରରବିନ୍ଦ ଉତ୍ସବ’ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳଗିରି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୁର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଂସ୍କୃତି ବିଶାରଦ ରଜତ କୁମାର କର, ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢୀ, କବି ଏବଂ ପ୍ରଶାସକ ଶରତ ଦାଶ, ବିଧାୟକ ତଥା ସମ୍ବାଦ ଗୃପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ମୁଦୁଲିଙ୍କ ଜୀବନୀ ଉପରେ ଆଲୋଚନା କରି ତାଙ୍କ ସଂଗୀତ-ସମର୍ପଣ ଚେତନାକୁ ସ୍ମରଣ କରିଥିଲେ । ଏହା ସହ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ପ୍ରବାସୀ ଓଡ଼ିଆମାନେ ‘ସ୍ୱରାରବିନ୍ଦ ଉତ୍ସବରେ’ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ ।

ତରୁଣ ଅଗସ୍ତିଙ୍କ ସଞ୍ଚାଳନାରେ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସଙ୍ଗୀତା ମୁଦୁଲି, ସୁଧାଂଶୁ ଶେଖର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ ଓ ଆଶ୍ରୀତା ଚୌଧୁରୀ ଅରବିନ୍ଦ ସଂଗୀତ ପରିବେଷଣ କରିଥିଲେ । କଣ୍ଠଶିଳ୍ପୀ ମାନଙ୍କୁ ତବଲାରେ ଜଗବନ୍ଧୁ ମୁଦୁଲି, ସିନ୍ଥେସାଇଜରରେ ମଧୁସୁଦନ ରଥ, ଢୋଲକ ବାଦ୍ୟରେ ମଳୟ ଦାସ ଓ ଅକ୍ଟାପ୍ୟାଡ଼ରେ ଦେବଜ୍ୟୋତି ପାଢ଼ୀ ସହଯୋଗ କରିଥିଲେ ଏବଂ ପରିଶେଷରେ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି କୃପାସିନ୍ଧୁ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.