ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଆସିଲା ଧମକ । ଅଜଣା ନମ୍ବରରୁ ଜୟଦେବଙ୍କୁ ଆସୁଛି ଏକ ଧମକପୂର୍ଣ୍ଣ କଲ୍ । ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଫୋନ୍ ଯୋଗେ ଧମକ ମିଳିଥିବା ଜଣାପଡ଼ିଛି । ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ ।
ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଜୟଦେବ ଜେନା । ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ଜୟଦେବ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ବିଟ୍ କରି ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ଜେନା ।
Comments are closed.