Latest Odisha News

BREAKING NEWS

ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ପୋଲିସ ଏନକାଉଣ୍ଟର, ୩ ଅପରାଧି ଆହତ

ପୁରୀ/ସମ୍ବଲପୁର: ରାଜ୍ୟର ପୁରୀ ଓ ସମ୍ବଲପୁର ଜିଲ୍ଲାରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ପୁରୀରେ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାରେ ପୋଲିସ ଓ ଅପରାଧିଙ୍କ ମଧରେ ଗୁଳି ବିନିମୟ ଘଟିଥିଲା । ଏହି ଏନକାଉଣ୍ଟରରେ ଅହତ ହୋଇଥିବା ୨ ଅପରାଧି ହେଲେ ବିଶ୍ୱ ରଞ୍ଜନ ସାହୁ ଓରଫ୍ ବିସୁ ଓ ସିବାମତ ଖାନ୍ ଓରଫ୍ ଟକି ମିଆଁ ।

ଅପରପକ୍ଷରେ ଟିକି ଜଣେ ବାଲିଆ ମାଫିଆ ହୋଇଥିବା ବେଳେ ବିସୁ ବ୍ରାଉନ ସୁଗାର ଡିଲର ବୋଲି ଜଣାପଡିଛି ।

ବିସୁର ଡାହାଣ ଗୋଡରେ ୨ଟି ଗୁଳି ବାଜିଥିବା ବେଳେ ଟିକିର ଡାହାଣ ଜଙ୍ଘରେ  ଗୁଳି ବାଜିଛି । ପରେ ସମ୍ପୃକ୍ତ ଅପରାଧିଙ୍କୁ ଉଦ୍ଧାର କରାଯାଇ ପ୍ରଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି । ଏପରିକି ଟିକି ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

ସେହିପରି ସମ୍ବଲପୁର ଜିଲ୍ଲା କୁଲୁଥକାନି-ଧନକଉଡ ରାସ୍ତା ନିକଟରେ ଅନ୍ୟ ଜଣେ କୁଖ୍ୟାତ ଅପରାଧି ତ୍ରୀଦେବ ବାଗକୁ ଧରିବାରେ ସଫଳ ହୋଇଥିଲା ସ୍ଥାନୀୟ ପୋଲିସ ।

ପ୍ରାପ୍ତ ସୂଚନାନୁଯାୟୀ କୁଲୁଥକାନି-ଧନକଉଡ ରାସ୍ତା ନିକଟରେ ସେ ଡକାୟତି ଉଦ୍ୟମ କରୁଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ଧନୁପାଲ୍ଲୀ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ଚଢାଉ କରି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତ୍ରୀଦେବ ପୋଲିସ୍ ଉପରକୁ ବୋମାମାଡ କରିଥିଲା । ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିବା ବେଳେ ଅପରାଧିର ବାମ ବାମ ଆଣ୍ଠୁରେ ଗୁଳି ବାଜିଥିଲା । ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ମଧ୍ୟ ତ୍ରୀଦେବର ଜଣେ ସହଯୋଗୀ ଦୀପକ ମଣ୍ଡଳକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣେ ନାବାଳକକୁ ଅଟକ ରଖିଥିବା ଜଣାପଡିଛି । ତେବେ ତ୍ରୀଦେବ ନାମରେ ସମ୍ବଲପୁର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଥାନାରେ ୮ ଟି ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.