Latest Odisha News

BREAKING NEWS

ମର୍ଣ୍ଣିଂୱାକ୍ ବେଳେ ଧକ୍କା ଦେଲା କାର୍, ୨ ନାବାଳକ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାର ନୂଆ ବସଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଦିନ ମର୍ଣ୍ଣିଂୱାକରେ ଯାଉଥିବା ବେଳେ ଦୁଇ ଜଣ ନାବାଳକଙ୍କୁ ଏକ ଅଜଣା ଦ୍ରୁତଗାମୀ କାର୍ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି ।

ମୃତ ନାବାଳକଙ୍କ ନାମ ସୁମିତ ସାହୁ ଓ ଶୁଭଙ୍କର ମଲ୍ଲିକ ବୋଲି ଜଣାପଡ଼ିଛି।

ସୁମିତ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଶୁଭଙ୍କର ଦଶମ ଶ୍ରେଣୀର ଛାତ୍ର ଅଟନ୍ତି । ସେମାନେ ଭଦ୍ରକ ଜିଲ୍ଲାର କୁଆଁସରେ ଭଡାରେ ରହୁଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକମାନେ ରାସ୍ତାକୁ ଅବରୋଧ କରିଥିଲେ । ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଦ୍ରୁତଗାମୀ କାର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ନେଇ ଜଣାପଡିଛି।

Leave A Reply

Your email address will not be published.