Latest Odisha News

BREAKING NEWS

ଅଲିମ୍ପିକ ପଦକ ବିଜେତା ରବି ଦାହିୟା ଟ୍ରାଏଲରେ ହାରିଲେ, ଖେଳିବେନି ଏସିଆନ ଗେମ୍ସ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ଟ୍ରାଏଲରେ ଏକ ବଡ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅଲିମ୍ପିକ ପଦକ ବିଜେତା ରେସଲର ରବି ଦାହିୟା ୫୭ କିଗ୍ରା ବିଭାଗରେ ପରାଜିତ ହୋଇଛନ୍ତି । ଫଳରେ ସେ ଆଗାମୀ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି ବିଭାଗରେ ରବିଙ୍କୁ ଆତୀଶ ଟୋଡକର ପରାସ୍ତ କରିଥିଲେ । ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ କରାଯାଇଥିବା ଆନ୍ଦୋଳନରେ ସେ ସାମିଲ ହୋଇଥିଲେ । ଦାହିୟାଙ୍କୁ ରେସଲର ଫିଲ୍ମରେ ସହନଶକ୍ତିର ମେସିନ କୁହାଯାଏ । ସେ ଏ ଭଳି ଭାବେ ପରାଜିତ ହେବେ ବୋଲି କେହି ଭାବି ନ ଥିଲେ ।

ଅବଶ୍ୟ କିଛି ଦିନ ତଳେ ସେ ଏଂଟରିୟର କ୍ରୁସିଏଟ ଲିଗାମେଂଟ ଓ ମେଡିୟଲ କୋଲେଟରାଲ ଲିଗାମେଂଟ ଆଘାତ ସମସ୍ୟାରେ ପଡିଥିଲେ । ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଛି ବୋଲି ସମୀକ୍ଷକମାନେ କହିଛନ୍ତି । ରବି ଅଲିମ୍ପିକରେ ରୌପ୍ୟ ଜିତିଥିଲେ ମଧ୍ୟ ଏସିଆନ ଗେମ୍ସରେ ପଦକ ଜିତି ପାରି ନାହାନ୍ତି । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ଓ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Leave A Reply

Your email address will not be published.