Latest Odisha News

BREAKING NEWS

ଏବର୍ଷ କୋରାପୁଟରେ ଜନସାଧାରଣ ଟାଣି ପାରିବେନି ରଥ

କୋରାପୁଟ: ପୁରୀରେ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଏଯାଏଁ ରାଜ୍ୟ ସରକାର କୌଣସି ଘୋଷଣା କରିନାହାନ୍ତି । କୋରାପୁଟରେ ଅନଷ୍ଠିତ ହେବାକୁ ଥିବା ରଥଯାତ୍ରାରେ କ’ଣ କଟକଣା ରହିବ ସେନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି ।

କୋରାପୁଟ ଜିଲ୍ଲାରେ କରୋନା ମହାମାରୀ ସଂକ୍ରମଣକୁ ନଜରରେ ରଖି ପ୍ରଶାସନ ରଥଟଣାରେ କଟକଣା ଲଗାଇଛନ୍ତି । ମନ୍ଦିର ପରିସରରେ ହେଉଥିବା ରଥଯାତ୍ରାରେ ଜନସାଧାରଣ କୌଣସି ପରିସ୍ଥିତିରେ ମଧ୍ୟ ରଥ ଟାଣି ପାରିବେ ନାହିଁ ।

କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାନାମା ଅନୁଯାୟୀ ପୂର୍ବରୁ ଅନୁମତି ପ୍ରାପ୍ତ ସେବାୟତମାନେ ଟାଣିବେ ରଥ । ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହିତ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏପରିକି ରଥ ଟାଣୁଥିବା ସମସ୍ତ ସେବାୟତମାନେ ସାମାଜିକ ଦୂରତା ରକ୍ଷା କରିବେ ।

କୋରାପୁଟକୁ ଶାବର କ୍ଷେତ୍ର କୁହାଯାଇଥାଏ । ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏଠାରେ ମହା ସମାରୋହରେ ପାଳିତ ହୋଇଥାଏ । ଏଠାରେ କେବଳ ଗୋଟିଏ ରଥ ଟଣାଯାଇଥାଏ ।

Leave A Reply

Your email address will not be published.