Latest Odisha News

BREAKING NEWS

କ୍ରିସମାସରେ ସାଥୀଙ୍କ ସହ ଏହିସବୁ ଫିଲ୍ମ ଦେଖିବାର ମଜା ନିଅନ୍ତୁ !

ଭୁବନେଶ୍ୱର: କ୍ରିସମାସ ହେଉଛି ପ୍ରେମ, ସ୍ନେହ, ଭୋଜିଭାତ ତଥା ମିଳାମିଶାର ଏକ ନିଆରା ପର୍ବ । ଏହି ବଡଦିନ ଅବସରରେ ସୁଆଦିଆ କେକ୍, ମୃଦୁ ପାନୀୟ, ପାର୍ଟିରେ ହାଲକା ମ୍ୟୁଜିକ ସହ ମନଛୁଆଁ ଫିଲ୍ମର ମଜା ଏକାଠି ଉଠାଇପାରିବେ ପ୍ରେମୀ ଯୁଗଳ ।

ଯଦି ଆପଣ ପୂର୍ବରୁ ଏହି ସିନେମା ଗୁଡିକ ଦେଖିଥାନ୍ତି ତେବେବି ସାଙ୍ଗସାଥୀଙ୍କ ସହ ପୁଣିଥରେ ଏହାର ମଜା ଉଠାଇପାରିବେ ।

ହୋମ୍ ଏଲୋନ୍-

ଏହି ଫିଲ୍ମଟି ୧୯୯୦ ମସିହାରେ ରିଲିଜ ହୋଇଥିଲା । ୯୦ ଦଶକର ବ୍ୟକ୍ତିମାନେ ଏହି ଫିଲ୍ମର ଦେଖିବାର ମଜା ନେଇ ପାରିବେ । ମାତ୍ର ୮ବର୍ଷର ବାଳକ ଘରେ ଏକୁଟିଆ ଥିବାବେଳେ ଡକାୟତ ମାନଙ୍କ ହାବୁଡରେ ପଡି ମଧ୍ୟ କିପରି ଘରର ସମ୍ପତ୍ତି ରକ୍ଷା କରିପାରୁଛି ଏହି ଫିଲ୍ମରେ ସୁନ୍ଦର ଭାବେ ଅବତରଣ କରାଯାଇଛି । କ୍ରିସମାସ ଅବସରରେ ପ୍ରେମୀ ଯୁଗଳ ଏହି ଫିଲ୍ମର ମଜା ଉଠାଇ ପାରିବେ ।

ଇଟ୍ସ ଏ ୱାଣ୍ଡରଫୁଲ୍ ଲାଇଫ-

ଏହି ଫିଲ୍ମଟି ୧୯୪୬ ମସିହାରେ ବଡଦିନ ଅବସରରେ ବଡ ପରଦାକୁ ଆସିଥିଲା । ଏହି ଫିଲ୍ମର ମୁଖ୍ୟ ଚରିତ୍ର ଜର୍ଜ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ଫଳରେ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିବା ପାଇଁ ମନସ୍ତ କରିନେଇଥିଲେ । କିନ୍ତୁ ସାନ୍ତାକ୍ଲସ ଉପହାର ସ୍ୱରୂପ ସ୍ୱର୍ଗରୁ ୨ଜଣ ପରୀଙ୍କୁ ଜର୍ଜଙ୍କ ନିକଟକୁ ପଠାଇଥିଲେ । ଏହି ଫିଲ୍ମରେ ପରୀ ୨ଜଣ କିପରି ଜର୍ଜଙ୍କୁ ସାହାଯ୍ୟ କରି ଆତ୍ମହତ୍ୟା କରିବାରୁ ନିବୃତ୍ତ କରିଛନ୍ତି ତାହାକୁ ଏହି ଚଳଚ୍ଚିତ୍ରରେ ଅତି ସୁନ୍ଦର ଭାବେ ପ୍ରକାଶ କରାଯାଇଛି ।

ଇଏଲଏଫ୍-

୨୦୦୩ ମସିହାରେ ରିଲିଜ ହୋଇଥିବା ଏହି କ୍ଲାସିକ୍ ଫିଲ୍ମ ଇଏଲଏଫ୍ ପ୍ରେମିକ-ପ୍ରେମିକାଙ୍କୁ ବେଶ ଖୁସି ଆଣିଦେବ । ରୋମାନ୍ସ ଓ ସସପେନ୍ସ ଭରା ଏହି ସିନେମାରେ ଇଏଲଏଫ୍ ନାମକ ମୁଖ୍ୟ ଚରିତ୍ର କିପରି ସାନ୍ତା ଠାରୁ ସାହାର୍ଯ୍ୟ ପାଇପାରୁଛି, ସେନେଇ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ଏହି ମେଗାମୁଭିରେ ଇଏଲଏଫ୍ ତାଙ୍କ ବାପାଙ୍କ ସନ୍ଧାନରେ ନର୍ଥପୋଲକୁ ଯାଇଛନ୍ତି । କମେଡି ଡ୍ରାମା ମିଶ୍ରିତ ଏହି ଫିଲ୍ମଟି ସେସମୟରେ ତାର ବଜେଟର ୬ଗୁଣ ଲାଭ କରି ବକ୍ସ ଅଫିସରେ ହିଟ୍ କରିଥିଲା ।

 

ଏ ଖ୍ରୀଷ୍ଟାମାସ କାରୋଲ୍-

ଏହି ଫିଲ୍ମଟି କିମ୍ବଦନ୍ତୀ ସମ୍ପନ୍ନ ଚାର୍ଲ୍ସ ଡିକେନଙ୍କ ଉପନ୍ୟାସରୁ ଉଦ୍ଧୃତ ହୋଇ ୧୯୫୧ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ଆଭେଞ୍ଜର୍ସ ସ୍କୃଜ୍ କିପରି ଖ୍ରୀଷ୍ଟମାସର ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ ସମୟରେ ଭୁତ-ପ୍ରେତମାନଙ୍କ ସହ ସମ୍ପର୍କ ରକ୍ଷା କରିଛି, ସେହି କଥାବସ୍ତୁକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି ।

 

ଗ୍ରୀମଲିନ୍ସ-

ଏହି ଫିଲ୍ମଟି ଜଣେ କିଶୋରୀଙ୍କ ଉପରେ ପର୍ଯ୍ୟବେସିତ । ଏହି କିଶୋରୀ ଜଣଙ୍କ ଚାଇନା ଟାଉନରୁ ଏକ କୌତୁକିଆ ପୋଷାଜନ୍ତୁ ଉପହାର ପାଇଥିଲେ । କିନ୍ତୁ ୩ଟି ମହତ୍ତ୍ୱପୂର୍ଣ୍ଣ ନିୟମକୁ ଭାଙ୍ଗି ସହରରେ ଥିବା ବଦମାସ କୁକୁରକୁ ଏହି ପୋଷାଜନ୍ତୁ କିପରି ଜବତ କରିଛି, ସେସମ୍ପର୍କରେ ଏହି ଫିଲ୍ମରେ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି ।

କିନ୍ତୁ ଭୟ ମିଶ୍ରିତ ଏହି ଫିଲ୍ମରେ ହାସ୍ୟାରସାତ୍ମକ ଅଭିନୟ ଥିବା ଯୋଗୁଁ ଚଳଚ୍ଚିତ୍ରଟି ସେସମୟରେ ଦର୍ଶକ ମାନଙ୍କ ଦ୍ୱାରା ବେଶ ଆଦୃତି ଲାଭ କରିପାରିଥିଲା ।

Leave A Reply

Your email address will not be published.