ଚେନ୍ନାଇ: ଆନ୍ତର୍ଜାତୀୟ ଟି୨୦ରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ରେ ତିଳକ ବର୍ମା ଆକର୍ଷଣୀୟ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୭୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତିଳକ ଟି୨୦ରେ ନିଜ ନାମରେ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ଆଉଟ ନ ହୋଇ ୩୧୮ ରନ ସଂଗ୍ରହ କରିଛନ୍ତି । ତାଙ୍କର ପୂର୍ବ ୪ଟି ଇନିଂସ ୭୨, ୧୯, ୧୨୦ ଓ ୧୦୭ ରନ ରହିଛି । ସେ ମାର୍କ ଚ୍ୟାପମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି । ୨୦୨୩ରେ ସେ ଆଉଟ ନ ହୋଇ ୨୭୧ ରନ କରିଥିଲେ ।
ଶ୍ରେୟାଶ ଆୟାର ୨୦୨୨ରେ ୨୪୦ ଓ ଆରୋନ ଫିଂଚ ୨୦୧୮ରେ ଆଉଟ ନ ହୋଇ ୨୪୦ ରନ ସଂଗ୍ରହ କରିଛନ୍ତି । ୨୦୨୪ରେ ତିଳକ ୭ଟି ଇନିଂସରେ ୩୯୭ ରନ କରିଛନ୍ତି । ସେ ୧୩୨ ଆଭରେଜରେ ୧୬୯ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତିଳକ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଭାରତକୁ ଜିତାଇଥିଲେ ।
Comments are closed.