Latest Odisha News

BREAKING NEWS

ନନ୍ଦିଗ୍ରାମରେ ଭୋଟ୍ ରି-କାଉଣ୍ଟିଂ ଦାବି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମସି ଜିତିଛି, ହାତରୁ ଖସି ଯାଇଛି ନନ୍ଦିଗ୍ରାମ । ଦିଦିଙ୍କ ଦଳ ରାଜ୍ୟରେ ନିର୍ବାଚନ ଜିତିଛି ସତ କିନ୍ତୁ ନନ୍ଦିଗ୍ରାମରେ ମମତା ଲୋକଙ୍କ ଆସ୍ଥା ଭାଜନ ହୋଇପାରି ନାହାଁନ୍ତି । ନନ୍ଦିଗ୍ରାମରେ ମମତାଙ୍କ ହାରକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ । ଦଳ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଭୋଟ୍ ରି-କାଉଣ୍ଟିଂ ଦାବି କରିଛି ।

ଟିଏମସିର ୩ ଜଣିଆ ପ୍ରତିନିଧିମଣ୍ଡଳ କୋଲକାତାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି ପତ୍ର ଦେଇଛନ୍ତି । ୨୧୦ ନମ୍ବର ବିଧାନସଭା ଆସନ ନନ୍ଦିଗ୍ରାମରେ ଭୋଟ୍ ରି-କାଉଣ୍ଟିଂ ପାଇଁ ଦାବି କରିଛି ଟିଏମସି । ସମୟ ଗଡ଼ିବା ସହ କାଉଣ୍ଟିଂ ବାରମ୍ବାର ବନ୍ଦ ହେଉଥିଲା । ଏଥିସହ ନନ୍ଦିଗ୍ରାମରେ ଇଭିଏମ୍ ଟ୍ୟାମ୍ପରିଂ କରାଯାଇଥିବା ଟିଏମସି ଅଭିଯୋଗ କରିଛି ।

ବିଜେପି ସପକ୍ଷରେ ମିଥ୍ୟା ଓ ଅବୈଧ ଭୋଟକୁ ଗଣତି କରାଯାଇଥିବା କହିଛି ଦଳ । ଦଳ ପକ୍ଷରୁ ଅଭିଯୋଗ ହୋଇଛି, ମମତାଙ୍କ ସପକ୍ଷରେ ହୋଇଥିବା ମତଦାନକୁ ଗ୍ରହଣ କରାଯାଇନାହିଁ । ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଭୋଟର ସ୍ୱଳ୍ପ ବ୍ୟବଧାନ ରହିଛି । ମିଛ ବାଲାଟ୍ ଭୋଟିଂ ସହ ଭୋଟ୍ କାଉଣ୍ଟିଂରେ ଅନିୟମିତତା ହୋଇଥିବା ଦଳ ଅଭିଯୋଗ କରିଛି । ପୋଷ୍ଟାଲ୍ ବାଲାଟର କାଉଣ୍ଟିଂ ଭୁଲ୍ ହୋଇଥିବା ଦଳ ଅଭିଯୋଗ କରି ପୁନଶ୍ଚ କାଉଣ୍ଟିଂ ପାଇଁ ଦାବି କରିଛି ।

Leave A Reply

Your email address will not be published.