Latest Odisha News

BREAKING NEWS

କରୋନା ଯିବା ପାଇଁ ମୁଣ୍ଡରେ ଯଅ ଫସଲ ଲଗାଇଲେ ସାଧୁ

ବାଗପତ: ଉତରପ୍ରଦେଶ ବାଗପତରେ ଜଣେ ସାଧୁ କରୋନା ମହାମାରୀ ଯିବା ପାଇଁ ମୁଣ୍ଡରେ ଯଅ ଫସଲ ଲଗାଇଛନ୍ତି । ଯେ ପର୍ଯ୍ୟନ୍ତ କରୋନା ଯିବ ନାହିଁ ସେ ପର୍ଯ୍ୟନ୍ତ ସେ ଅନ୍ନ ଗ୍ରହଣ କରିବେ ନାହିଁ କିମ୍ବା ତପସ୍ୟାରୁ ଉଠିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି । ମାଆ କାଳୀଙ୍କ ମନ୍ଦିରର ମହନ୍ତ ଶେର ଗିରି ଏହି ନିଷ୍ପତି ନେବା ପରେ ସେଠାକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଗୁପ୍ତ ନବରାତ୍ରରେ ସେ ଏହି ସଂକଳ୍ପ ନେଇଥିଲେ । ସେ ମୁଣ୍ଡରେ ଯଅ ଫସଲ ମଧ୍ୟ ଲଗାଇଛନ୍ତି । ଯାହା କି ଏବେ ଉଠିବା ସହ ଧିରେ ଧିରେ ବଢ଼ିବାରେ ଲାଗିଛି ।

ମାଆ କାଳୀଙ୍କ ଆଶୀର୍ବାଦରୁ ଖୁବ୍ ଶୀଘ୍ର ଆମେ କରୋନା ମୁକ୍ତ ହେବା ବୋଲି ଏହି ସାଧୁ ଜଣକ କହିଛନ୍ତି । ତାଙ୍କ ନିକଟକୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ବାବାଙ୍କ ତପସ୍ୟାର ଫଳ ମିଳିବ ବୋଲି ଆଶା କରିଛନ୍ତି ।

Leave A Reply

Your email address will not be published.