Latest Odisha News

BREAKING NEWS

ମାଆଙ୍କ ମୃତଦେହକୁ ୬ ବର୍ଷ ଘରେ ରଖିଲେ ପୁଅ: କାରଣ ଜାଣିଲେ ହେବେ ଚକିତ

ଇଟାଲି: ଯଦି କେହି ହଠାତ୍ ନିଜର ପ୍ରିୟଜନକୁ ହରାଏ, ତାହାକୁ ନେଇ ସେ ପୁରା ଭାଙ୍ଗି ପଡ଼ିଥାଏ । ତାର ଜୀବନ ପୁରା ନଷ୍ଟ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ ଶରୀରକୁ ଛାଡ଼ିବାକୁ ପ୍ରସ୍ତୁତ ନ ଥାନ୍ତି । ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି , ଯେଉଁଥିରେ ଜଣେ ବ୍ୟକ୍ତି ନିଜ ମା’ଙ୍କ ମୃତ ଦେହ ସହିତ ଦୁଇ-ଚାରି ମାସ ନୁହେଁ, ବରଂ ମୋଟ ୬ ବର୍ଷ ବିତାଇଛନ୍ତି ।

ଆପଣ ନିଶ୍ଚୟ ଏପରି ଅନେକ କାହାଣୀ ଶୁଣିଥିବେ, ଯେଉଁଥିରେ ଲୋକମାନେ ସମ୍ପର୍କୀୟଙ୍କ ମୃତଦେହ ସହିତ ବର୍ଷ ବର୍ଷ ବିତାଇଥା’ନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଦୁଃଖ କିମ୍ବା ଆଘାତରୁ ଏହା କରିନାହାଁନ୍ତି ବରଂ ନିଜର ସ୍ୱାର୍ଥପରତା କାରଣରୁ କରିଥିବା ଜଣାଯାଇଛି । ମୃତ ମହିଳାଙ୍କ ନାମ ହେଲା ହେଲଗା ମାରିଆ ହେଙ୍ଗବାର୍ଟ । ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ୬ ବର୍ଷ ଧରି ମୃତଦେହକୁ ଘରେ ରଖି ତାଙ୍କ ସହ ରହୁଥିଲେ । ପଡ଼ୋଶୀମାନେ ପଚାରିଲେ ତାଙ୍କ ମାଆ ନିଜ ଘର ଜର୍ମାନୀ ଯାଇଛନ୍ତି ବୋଲି କହୁଥିଲେ । ବାସ୍ତବରେ ବ୍ୟକ୍ତି ଜଣକ ତାଙ୍କ ମୃତ ମାଆଙ୍କ ନାମରେ ପେନସନ୍ ସଂଗ୍ରହ କରୁଥିବାରୁ ଏପରି କରିଥିବା ଜଣାଯାଇଛି । ୬ ବର୍ଷରେ ସେ ୧ କୋଟି ୫୯ ଲକ୍ଷରୁ ଅଧିକ ପେନସନ ଟଙ୍କା ଆଦାୟ କରିଛନ୍ତି ।

୬ ବର୍ଷ ଧରି ହେଲଗା ତାଙ୍କ ସ୍ୱାସ୍ଥ୍ୟ କାର୍ଡରୁ କିଛି ଟଙ୍କା ଖର୍ଚ୍ଚ କରି ନ ଥିବାରୁ ସେତେବେଳେ ଇଟାଲୀ କର୍ତ୍ତୃପକ୍ଷ ସନ୍ଦେହ ପ୍ରକଟ କରିଥିଲେ । ଦିନେ ଅଚାନକ ହେଲ୍‌ଥ ଅଧିକାରୀମାନେ ତାଙ୍କ ଘରେ ଚଢାଉ କରିଲେ । ଆଉ ଘରେ ଯାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ହେଲେଗାଙ୍କ ପୁଅ ତାଙ୍କ ମୃତ ଦେହକୁ ଏକ ଶଯ୍ୟାରେ ଗୁଡ଼ାଇ ରଖିଥିବା ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଥିଲା । ପରେ ଶବ ବ୍ୟବଚ୍ଛେଦରୁ ଜାଣିବାକୁ ମିିଳିଲା ଯେ, ହେଲଗାଙ୍କର ୬ ବର୍ଷ ପୂର୍ବେ ମୃତ୍ୟୁ ହୋଇସାରିଛି ।

Leave A Reply

Your email address will not be published.