Latest Odisha News

BREAKING NEWS

ଆଜି ଜାତୀୟ ଯୁବ ଦିବସ; କାହିଁକି ଓ କେବେଠୁ ହେଉଛି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ସ୍ୱାମୀ ବିବେକନନ୍ଦଙ୍କ ଜନ୍ମ ଦିନ । ସ୍ୱାମୀଜୀଙ୍କ ଜନ୍ମଦିନକୁ ସାରା ଦେଶରେ ଯୁବ ଦିବସ ରୂପେ ପାଳନ କରାଯାଏ । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମେ ଜାତୀୟ ଯୁବ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା ।

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଅନୁଯାୟୀ, କେବଳ ଶାରୀରିକ ଭାବେ ବଳବାନ ନୁହେଁ, ବରଂ ମାନସିକ ରୂପେ ମଜବୁତ ଲୋକ ହିଁ ଯୁବ। ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ ସ୍ୱାମୀଜୀ । ତାଙ୍କର ବାଲ୍ୟନାମ ଥିଲା ନରେନ୍ଦ୍ର ଏବଂ ସେ ଥିଲେ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ।

ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ୧୯୦୨ ଜୁଲାଇ ୪ରେ ବିବେକାନନ୍ଦଙ୍କର ପରଲୋକ ହୋଇଥିଲା ।

Leave A Reply

Your email address will not be published.