Latest Odisha News

BREAKING NEWS

ଚଳିତ ବର୍ଷ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ରେ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ସୋମବାର ଦିନ ଯାତ୍ରା କରିଥିଲେ।

ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡିଆ, ପତନୀ, ସିନ୍ଦୁର ଦୀପ, ନବୈଦ୍ୟ ନେଇ ଯାତ୍ରା କରିଛନ୍ତି। ଏହି ଟିମ୍ ରେ ବରିଷ୍ଠ ତତ୍ତ୍ବବଧାରକ, ରଥ ଅମିନ, ଭୋଇସେବକ ରହିଛନ୍ତି।

ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଠାକୁରାଣୀ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ। ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି। ୬୯ଖଣ୍ଡ କାଠ ବଳକା ରହିଛି ମୋଟ ୭୯୬ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି।

Leave A Reply

Your email address will not be published.