Latest Odisha News

BREAKING NEWS

ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମମତା ବାନାର୍ଜୀ

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାରିଦିନିଆ ଓଡ଼ିଶାଗସ୍ତରେ ମଙ୍ଗଳବାର ଦିନ ପହଞ୍ଚିଥିବା ବେଳେ ଆଜି ପୁରୀ ଶ୍ରୀମନ୍ଦିର ଦର୍ଶନ କରିଛନ୍ତି ।

ଆଜି ପୁରୀ ଶ୍ରୀମନ୍ଦିର ଯାଇ ମମତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ମନ୍ଦିର ବୁଲି ଦେଖିଥିଲେ । ମମତାଙ୍କ ଏହି ଶ୍ରୀମନ୍ଦିର ପରିଦର୍ଶନ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ମମତା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

ଆସନ୍ତା ଫେବୃଆରୀ ୨୮ ତାରିଖରେ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବାକୁ ଥିବାବେଳେ ମମତା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.