Latest Odisha News

BREAKING NEWS

ଅଲିମ୍ପିକ୍ସ ପୁରୁଷ ହକି: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ: ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ବିଜୟଧାରାକୁ ଫେରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ସ୍ପେନକୁ ୩-୦ ଗୋଲରେ ପରାସ୍ତ କରିଛି ଭାରତ । ଗ୍ରୁପ ପର୍ଯ୍ୟାୟର ଏହି ମ୍ୟାଚକୁ ଏକତରଫା ଭାବରେ ଜିତି ନେଇଛି ଟିମ୍ ଇଣ୍ଡିଆ ।

ରୂପିନ୍ଦର ପାଲ ସିଂହ ୨ଟି ଓ ସିମରନଜିତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ । ମ୍ୟାଚର ପ୍ରଥମ ୧୪ ମିନିଟରେ ସ୍ପେନ ଉପରେ ପ୍ରଥମ ଗୋଲ୍ ଦେଇଥିଲା ସିମରନଜିତ ସିଂହ । ପରବର୍ତ୍ତୀ ଦୁଇଟି ଗୋଲ୍ ରୁପିନ୍ଦର ପାଲ ସିଂହ ଦେଇଥିଲେ । ଏହି ବିଜୟ ସହ ବର୍ତ୍ତମାନ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏରେ ପରାଜୟର ସାମନା କରିଛି ଭାରତ ।

ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ତେବେ ଦ୍ୱିତୀୟ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା । ଆଗକୁ ଜାପାନ ଓ ଆର୍ଜେଣ୍ଟିନା ବିପକ୍ଷରେ ଗ୍ରୁପ୍ ମ୍ୟାଚ୍ ରହିଛି ।

Leave A Reply

Your email address will not be published.