Latest Odisha News

BREAKING NEWS

ଅଲିମ୍ପିକ୍ସ ସୁଟିଂରେ ଖରାପ ପ୍ରଦର୍ଶନ: ପୁଣି ନିରାଶ କଲେ ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି

ଟୋକିଓ: ଅଲିମ୍ପିକ୍ସ ସୁଟିଂରେ ଭାରତର ପଦକ ଆଶା ପୁଣି ଥରେ ଧୂଳିସାତ ହୋଇଛି । ନିରାଶ କରିଛନ୍ତି ସୁଟର ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି । ପାଞ୍ଚ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଯୋଡି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟର ମେଡାଲ୍ ମ୍ୟାଚ୍ ରାଉଣ୍ଡକୁ ଯାଇ ପାରି ନାହାନ୍ତି ।

ଜବରଦସ୍ତ ପ୍ରଦର୍ଶନ କରି କ୍ୱାଲିଫିକେସନ୍ ଷ୍ଟେଜରେ ପହଞ୍ଚିଥିଲେ ଭାରତୀୟ ଯୋଡି । ପ୍ରଥମ ସ୍ଥାନରେ ଥିଲେ । କିନ୍ତୁ ମେଡାଲ୍ ରାଉଣ୍ଡକୁ ଯିବାରେ ଫେଲ୍ ମାରିଥିଲେ । ସୌରଭ ପ୍ରଥମ ଷ୍ଟେଜରେ ୨୯୬ ଓ ମନୁ ଭାକର ୨୮୬ ସ୍କୋର କରିଥିଲେ ।

ଟପ୍ ୮ ଟିମ୍ କ୍ୱାଲିଫିକେସନର ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲେ । ପ୍ରତି ସୁଟରଙ୍କୁ ଦୁଇଟି ସିରିଜରେ ୧୦ ସଟ୍ ମାରିବାକୁ ଅନୁମତି ମିଳିଥାଏ । ଟପ୍ ୨ଟି ଟିମ୍ ସ୍ୱର୍ଣ୍ଣ ପଦକ ପାଇଁ ଯୋଗ୍ୟତା ହାସଲ କରିଥିଲେ । ତୃତୀୟ ଓ ଚତୁର୍ଥ ଟିମ୍ ବ୍ରୋଞ୍ଜ ପାଇଁ ଖେଳିବେ ।

ପ୍ରଥମ ଷ୍ଟେଜରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଥିଲେ । ମେଡାଲ୍ ରାଉଣ୍ଡରେ କେବଳ ୪ଟି ଟିମ୍ ଯୋଗ୍ୟତା ହାସଲ କରିପାରିବେ ।

Leave A Reply

Your email address will not be published.