Latest Odisha News

BREAKING NEWS

ତଳକୁ ଖସୁଛି କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୧୬୨୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଦୁଇ ହଜାରରୁ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଶହକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୨୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ପଜିଟିଭ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୯୦ । ପଜିଟିଭ୍ ହାର ରହିଛି ୨.୫୯ ପ୍ରତିଶତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଆଉ ୧୬୦ ସଂକ୍ରମିତ ହୋଇଛନ୍ତି । ବାକି ୨୮ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ତଳେ ରହିଛି । ଏଥିରୁ ୧୦ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ ।

ଆଉ ୬୦ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ନେଲାଣି ମୋଟ୍ ୫ହଜାର ୬୩୪ ଆକ୍ରାନ୍ତଙ୍କ ଜୀବନ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକଷ ୭୦ହଜାର ୮୧୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୪୭ହଜାର ୩୮୧ ଆକ୍ରାନ୍ତ । ଏବେ ରାଜ୍ୟରେ ୧୭ହଜାର ୭୪୬ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.