ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ବନ୍ଧୁକ ଧାରି ମାନେ ଆତଙ୍କବାଦୀ ଲସ୍କର-ଏ-ତୈବା (ଏଲଇଟି) ସଇଫୁଲ୍ଲା ଖଲିଦଙ୍କୁ ହତ୍ୟା କରିଛନ୍ତି।
ତେବେ ସେ ଭାରତର ତିନୋଟି ବଡ଼ ଆକ୍ରମଣ ପଛରେ ଥିବା ଜଣାପଡିଛି। ଯେଉଁଥିରେ ନିଜାମନି ୨୦୦୧ ମସିହାରେ ରାମପୁରରେ ଥିବା ସିଆରପିଏଫ ଶିବିର, ୨୦୦୫ ମସିହାରେ ବାଙ୍ଗାଲୋରରେ ଭାରତୀୟ ବିଜ୍ଞାନ କଂଗ୍ରେସ ଉପରେ ଏବଂ ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ସାମିଲ ରହିଛି।
ତେବେ ପାକିସ୍ତାନ ସରକାରଙ୍କ ସୁରକ୍ଷା ବଳୟରେ ଥିବା ନିଜାମନି ଆଜି ଅପରାହ୍ନରେ ସିନ୍ଧରେ ଥିବା ମାଟଲି ଅଞ୍ଚଳରେ ଏକ କ୍ରସିଂ ନିକଟରେ ଅତିକ୍ରମ କରୁଥିବାବେଳେ ଅଜ୍ଞାତ ବନ୍ଧୁକଧାରି ମାନେ ଗୁଳି କରି ହତ୍ୟା କରିଥିଲେ।
ଭାରତୀୟ ସୈନ୍ୟ ବାହିନୀ ଅପରେସନ ସିନ୍ଦୁରରେ ୟୁସୁଫ ଆଝାର, ଅବଦୁଲ ମାଲିକ ରୌଫ ଏବଂ ମୁଦାସିର ଅହମଦଙ୍କ ଭଳି ବଡ଼ ବଡ଼ ଆତଙ୍କବାଦୀ ମାନଙ୍କ ସମେତ ପ୍ରାୟ ୧୦୦ ଆତଙ୍କବାଦୀଙ୍କୁ ନିପାତ୍ କରିଥିଲେ।
ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନା ପକ୍ଷରୁ ଏକାଧିକ ଜାଗାରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ମୁରିଦକେରେ ଥିବା ଲସ୍କର-ଏ-ତୈବାର ମୁଖ୍ୟାଳୟ ଏବଂ ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦ ଟାର୍ଗେଟ କରାଯାଇଥିଲା।
Comments are closed.