ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନଆଇଏ) ର ଏସପି କାର୍ଯ୍ୟାଳୟ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱରର ଭିଏସଏସନଗରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ ବୋଲି ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ବିଜ୍ଞପ୍ତି ସ୍ୱାକ୍ଷରିତ ହୋଇଛି ।
୨୦୦୮ ମସିହାରେ ଭାରତରେ ପ୍ରଥମ କରି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା । ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା । ଏନଆଇଏ ମଧ୍ୟ ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ ।
Comments are closed.