Latest Odisha News

BREAKING NEWS

ଦୁଃଖଦ ମୁହୂର୍ତ୍ତ ଜୀବନରେ ନୂଆ ରାସ୍ତା ତିଆରିବାରେ ସହାୟକ ହୋଇଥାଏ

ଭୁବନେଶ୍ୱର : ସାହିତ୍ୟ ଓ ଜୀବନ ସବୁବେଳେ ପରସ୍ପର ସହ ପରିପୂରକ । ଏହି ଉକ୍ତିର ଯଥାର୍ଥତାକୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମୈତ୍ରେୟୀ ଲେଖିକା ସଙ୍ଗଠନ ପକ୍ଷରୁ ମାନମୟୀ ରଥଙ୍କର ସଭାପତିତ୍ୱରେ ଏକ ଆଭାଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

BjdElectrycity

ଏହି କାର୍ଯ୍ୟକ୍ରମରେ ମାଷ୍ଟର ଗିରିଜା ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଅମୀୟବାଳା ପରିଡା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇଥିଲେ । ନିଜ ଜୀବନର ଦୁଃଖଦ ଅନୁଭୂତି କିପରି ଭାବରେ ତାଙ୍କୁ ସମାଜସେବା ପାଇଁ ପ୍ରେରିତ କଲା ସେ ବିଷୟରେ କହିବା ସହ ଅନ୍ୟମାନେ ମଧ୍ୟ କିପରି ଜୀବନର ଦୁଃଖଦ ମୁହୂର୍ତ୍ତରେ ଭାଙ୍ଗି ନପଡ଼ି ଦୃଢ଼ ଭାବରେ ପରିସ୍ଥିତିର ମୁକାବିଲା କରିବେ ଏବଂ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ ସେ ବିଷୟରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସମ୍ପାଦିକା ଲକ୍ଷ୍ମୀ ଚାନ୍ଦ ମୈତ୍ରେୟୀ ଲେଖିକା ସଙ୍ଗଠନର ଆଭିମୁଖ୍ୟ ଓ ଭବିଷ୍ୟତରେ ହେବାକୁଥିବା ଯୋଜନାଗୁଡିକ ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ମୋୖସୁମୀ ଦାସଙ୍କ ପରିକଳ୍ପନା ଏବଂ ସୁପ୍ରିୟା ପଣ୍ଡାଙ୍କର ରୂପାୟନ ସହ ସୁଜାତା ମହାପାତ୍ର ଓ ଭାରତୀ ଦାଶଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଏଥିରେ ପ୍ରାୟ ପଚାଶରୁ ଉର୍ଦ୍ଦ୍ୱ ଲୋକ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.