Latest Odisha News

BREAKING NEWS

୧୫ ହଜାର ବସ୍‌ରେ ଓଡ଼ିଶା ଆସିବେ ପ୍ରବାସୀ ଓଡ଼ିଆ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଟ୍ରେନ୍ କିମ୍ବା ଏୟାରଲାଇନ୍ସ ନଖୋଲିଲେ ଅନ୍ୟ ରାଜ୍ୟକୁ ବସ୍ ପଠାଯିବ । ବସ୍‌ରେ ଆସିବେ ପ୍ରବାସୀ ଓଡ଼ିଆ । ଏଥିପାଇଁ ଆମେ ବସ୍ ପଠେଇବୁ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସେ କହିଛନ୍ତି, ରାଜ୍ୟ ପାଖରେ ୧୫ ହଜାର ବସ୍ ଅଛି । ସେ ଗୁଡିକୁ ବ୍ୟବହାର କରାଯିବ । ଯଦି ସମ୍ଭବ ହୁଏ ତେବେ ଅନ୍ୟ ରାଜ୍ୟରୁ ମଧ୍ୟ ଶ୍ରମିକଙ୍କୁ ପରିବହନ ମୂଲ୍ୟ ଦେଇ ଅଣାଯିବାର ବ୍ୟବସ୍ଥା କରାଯିବ ।

ଆସିଲା ପରେ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ସୁସ୍ଥ ହେବା ପରେ ସେମାନଙ୍କିୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦିଆଯିବ । ତେବେ ବସ୍‌ରେ ଆଣିବା ସମୟ ସାପେକ୍ଷ । ଯଦି କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍‌ରେ ଅଣାଯିବାର ବ୍ୟବସ୍ଥା କରିବେ ତେବେ ଭଲ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Leave A Reply

Your email address will not be published.