Latest Odisha News

BREAKING NEWS

ଟ୍ରେଭିସ ହେଡ କରୋନା ପଜିଟିଭ, ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଖେଳିବେନି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିଯୋଗୁ ସେ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଅଂଶଗ୍ରହଣ କରିପାରିବେ ନାହିଁ । ଦଳର ମୂଖ୍ୟ କୋଚ ଡାନିୟଲ ଭିଟ୍ଟୋରୀ ଏହା ଜଣାଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଟିମ ସହିତ ଯାତ୍ରା କରିପାରିବେ ନାହିଁ । ସୂଚନାଯୋଗ୍ୟ ହାଇଦ୍ରାବାଦ ପୂର୍ବରୁ ପ୍ଲେ ଅଫ ଦୌଡରୁ ବାଦ ପଡିସାରିଛି ।

ଚଳିତ ସଂସ୍କରଣରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅପରପକ୍ଷରେ ଲକ୍ଷ୍ନୌ ନିକଟରେ ଏବେ ବି ପ୍ଲେ ଅଫ ପ୍ରବେଶ ସୁଯୋଗ ରହିଛି । ଆଇପିଏଲ ଇତିହାସରେ ହାଇଦ୍ରାବାଦ ଓ ଲକ୍ଷ୍ନୌ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି । ହାଇଦ୍ରାବାଦ ଗୋଟିଏ ମ୍ୟାଚ ଜିତିଥିବା ବେଳେ ଲକ୍ଷ୍ନୌ ୪ଟିରେ ବିଜୟ ହାସଲ କରିଛି ।

Comments are closed.