Latest Odisha News

BREAKING NEWS

ସାଂସଦ ଗୌରବ ଗୋଗୋଇଙ୍କୁ ନିମନ୍ତ୍ରଣ କରିଥିଲା ଆଇଏସଆଇ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି।

ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୌରବ ଗୋଗୋଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ନିମନ୍ତ୍ରଣରେ ପାକିସ୍ତାନ ଗସ୍ତ କରିଥିଲେ।ସରକାରଙ୍କ ପାଖରେ ଡକ୍ୟୁମେଣ୍ଟାରୀ ପ୍ରମାଣ ଅଛି। ତେବେ ଉପଯୁକ୍ତ ଯାଞ୍ଚ ପରେ ସେପ୍ଟେମ୍ବର ୧୦ ସୁଦ୍ଧା ପ୍ରତ୍ୟେକ ପ୍ରମାଣକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି, “ଗୌରବ ଗୋଗୋଇ ଆଇଏସଆଇର ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ। ପ୍ରଥମ ଥର ପାଇଁ ମୁଁ କହୁଛି। ଆମ ପାଖରେ ଏହାର ପ୍ରମାଣ ଅଛି। ସେ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାଇ ନଥିଲେ। ସେ ପାକିସ୍ତାନୀ ପ୍ରତିଷ୍ଠାନ ସହିତ ଘନିଷ୍ଠ ଭାବରେ କାମ କରୁଥିଲେ। ଗୃହ ବିଭାଗ କେବେ ନିମନ୍ତ୍ରଣ ପଠାଏ? ଏହା କେବଳ ତାଲିମ ପାଇଁ। ସେ ପାକିସ୍ତାନର ଗୃହ ବିଭାଗରୁ ସିଧାସଳଖ ନିମନ୍ତ୍ରଣରେ ସେଠାକୁ ଯାଇଥିଲେ। ସରକାରଙ୍କ ପାଖରେ ଗୋଗୋଇଙ୍କ କାର୍ଯ୍ୟର ପ୍ରମାଣ ଅଛି।

 

Comments are closed.