Latest Odisha News

BREAKING NEWS

ବାଲୁକା କଳାରେ ପ୍ରଣବଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ଦଳର ନେତା ଶ୍ରଦ୍ଧାଂଜଳି ଜଣାଇଛନ୍ତି । ପୁରୀ ବେଳାଭୂମିରେ ନିଜ ବାଲୁକା କଳାରେ ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସୁଦର୍ଶନ ବାଲିରେ ପ୍ରଣବଙ୍କ ପ୍ରତିକୃତି ସହ ଲେଖିଛନ୍ତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି । ଏଥି ସହ ତାଙ୍କୁ ଫୁଲ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.