Latest Odisha News

BREAKING NEWS

ଆସନ୍ତାକାଲି ନୂଆଦିଲ୍ଲୀରେ ହେବ ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ସାଢେ ୮ଟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେବେ ପ୍ରଣବ ।

ଏଥି ସହ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏହି ସମୟରେ ଦେଶର ସମସ୍ତ ସ୍ଥାନରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ ।

ଗତ ଅଗଷ୍ଟ ୧୦ ତାରିଖରେ ଏକ ଅପରେସନ ପାଇଁ ପ୍ରଣବ ମୁଖାର୍ଜୀଙ୍କୁ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏହା ପରେ ସେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେପଟେ ଅପରେସନ ପରେ ସେ କୋମାକୁ ଚାଲିଯାଇଥିଲେ । ଶେଷରେ ଆଜି ଅପରାହ୍ନ ସାଢେ ୪ଟା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.