Latest Odisha News

BREAKING NEWS

‘ଲିଙ୍ଗ କେବଳ ଦୁଇଟି…ପୁରୁଷ-ମହିଳା’ କହି, ତୃତୀୟ ଲିଙ୍ଗକୁ ବ୍ୟାନ୍ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ଆମେରିକା ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗକୁ ଆମେରିକାର ଆଭିମୁଖ୍ୟ କ’ଣ ହେବ, ସେନେଇ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ପ୍ରଥମ ଭାଷଣରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଲିଙ୍ଗକୁ ଅସ୍ବୀକାର କରିଛନ୍ତି । ତୃତୀୟ ଲିଙ୍ଗର ସବୁଠୁ ବଡ ସମର୍ଥକ ରହିଆସିଥିବା ଆମେରିକା, ଏବେ ଟ୍ରମ୍ପ ସରକାର ଆସିବା ପରେ ଏହାକୁ ବ୍ୟାନ୍ କରିବ । ଏମିତିକି ଲିଙ୍ଗ ପରିବର୍ତ୍ତନ କରିବା ଅପରାଧ ବୋଲି ଆଇନ ଆଣିବା ନେଇ କହିଛନ୍ତି । ଏଥିସହିତ ଅବୈଧ ପ୍ରବାସୀ ଏବଂ ଲିଙ୍ଗଗତ ଅସ୍ୱୀକାର ଉପରେ କାର୍ଯ୍ୟାନୁଷ୍ଠାନ ସମେତ ତାଙ୍କ ଦ୍ୱାରା ସ୍ୱାକ୍ଷରିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶଗୁଡ଼ିକର ତାଲିକାକୁ ପୁଣି ଥରେ ମନେ ପକାଇଦେଇଛନ୍ତି ।

ଟ୍ରମ୍ପଙ୍କ କହିବା କଥା, କେବଳ ଦୁଇଟି ଲିଙ୍ଗ ଅଛି, ପୁରୁଷ ଏବଂ ମହିଳା । ଏଥିବ୍ୟତୀତ ସ୍କୁଲ, କର୍ମକ୍ଷେତ୍ର ଏବଂ ସଶସ୍ତ୍ର ବାହିନୀରେ ଯୌନ ବିବିଧତା ବିରୁଦ୍ଧରେ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି ଟ୍ରମ୍ପ । ପୂର୍ବରୁ ମଧ୍ୟ ଆମେରିକା କେବଳ ଦୁଇଟି ଲିଙ୍ଗକୁ ଚିହ୍ନିବ ବୋଲି ମତ ରଖିଥିଲେ ଟ୍ରମ୍ପ । ଟ୍ରାନ୍ସଜେଣ୍ଡର ଏବଂ ଆମେରିକାର ପିଲାମାନଙ୍କ ପାଇଁ ଲିଙ୍ଗ-ପ୍ରମାଣିତ ଯତ୍ନ ଉପରେ ଧ୍ୟାନ ଦେବାକୁ କହିଥିଲେ । ଫଆଉ ଏବେ ପୁଣି ଥରେ ତାକୁ ଦୋହରାଇଛନ୍ତି ।

ଏହାକୁ ନେଇ ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି, ମୁଁ ଚାହୁଁଛି ଯେ କଂଗ୍ରେସ ପିଲାମାନଙ୍କ ଉପରେ ଲିଙ୍ଗ ପରିବର୍ତ୍ତନକୁ ସ୍ଥାୟୀ ଭାବରେ ନିଷିଦ୍ଧ କରୁ । ଏହା ଏକ ଅପରାଧ ବୋଲି ଆଇନ ଆଣି ବିଲ୍ ପାସ୍ କରାଉ । ଯେକୌଣସି ପିଲା ନଜ ଶରୀରରେ ପରିବର୍ତ୍ତନ କରି, ଅନ୍ୟ ଲିଙ୍ଗ ଧାରଣା କରିବା ଭୁଲ୍ । ଏଭଳି ପରିବର୍ତ୍ତନ ସମାପ୍ତ ହେଉ । ଏହା ଏକ ବଡ଼ ମିଥ୍ୟା ଏବଂ ଆମେରିକାର ପ୍ରତ୍ୟେକ ପିଲାଙ୍କ ପାଇଁ ଆମର ବାର୍ତ୍ତା ହେଉଛି, ତୁମକୁ ଯେଉଁଭଳି ଭଗବାନ୍ ସୃଷ୍ଟି କରିଛନ୍ତି, ତାହା ହିଁ ତୁମର ପ୍ରକୃତ ପରିଚୟ ବୋଲି ମତ ରଖିଛନ୍ତି ଟ୍ରମ୍ପ ।

ଏଥିସହିତ ଟ୍ରମ୍ପ, ଭାରତ ସମେତ ପ୍ରମୁଖ ଦେଶମାନଙ୍କ ପାଇଁ ଟ୍ୟାକ୍ସ ନିୟମ ମଧ୍ୟ ଏପ୍ରିଲ ୨ରୁ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଛନ୍ତି । ଯେଉଁ ଦେଶ ଆମେରିକା ଉପରେ ଯେଉଁଭଳି ଭାବେ ଟ୍ୟାକ୍ସ ଲଗାଇବ, ଆମେରିକା ମଧ୍ୟ ସେହି ରାଷ୍ଟ୍ର ଉପରେ ସେଭଳି ଭାବରେ ଟ୍ୟାକ୍ସ ଲାଗୁ କରିବ । ଯେଉଁଥିରେ ଭାରତକୁ କ୍ଷତି ସହିବାକୁ ପଡିବ । ଏଥିସହିତ ଭାରତ ପାଇଁ ଆଗକୁ ବଡ ଘୋଷଣା କରିଛନ୍ତି ଟ୍ରମ୍ପ । ଯାହା ପାକିସ୍ତାନ ଯୁଦ୍ଧ ସହାୟତାର ଏକ ବଡ ଅସ୍ତ୍ର । କିନ୍ତୁ ଏଥିରେ ସଫେଇ ଦେଇ ଟ୍ରମ୍ପ କହିଛନ୍ତି, ଏହା ଭାରତ ବିରୁଦ୍ଧରେ ବ୍ରବହାର କରିପାରିବନି ପାକିସ୍ତାନ । କେବଳ ଆତଙ୍କବାଦୀଙ୍କ ବିରୁଦ୍ଧରେ ବ୍ୟବହାର କରିବ ।

Comments are closed.