Latest Odisha News

BREAKING NEWS

କିଏ କାହା ପାଇଁ ଲଜ୍ଜିତ ? ଟୁଇଟରରେ ଅପରାଜିତା-ଶ୍ରୀମୟୀଙ୍କ ଜବାବ ସୁଆଲ

ଭୁବନେଶ୍ୱର:  ମୁହାଁମୁହିଁ ହେଲେ ଅପରାଜିତା-ଶ୍ରୀମୟୀ । ଲଜ୍ଜାକୁ ନେଇ ସୋସିଆଲ ମିଡିଆରେ ଚାଲିଲା ଦୁଇ ମହିଳା ନେତ୍ରୀଙ୍କ ବାକଯୁଦ୍ଧ । ଚାଲିଲା ଜବାବ ସୁଆଲ । ସକାଳେ ଅପରାଜିତାଙ୍କ ପ୍ରଶ୍ନ..ଅପରାହ୍ନରେ ଶ୍ରୀମୟୀଙ୍କ ଉତ୍ତର । 5ଟି ସଚିବଙ୍କ କାର୍ଯ୍ୟକ୍ରମ ଏବଂ ବିଧାୟକଙ୍କ ନାଁରେ ଏସଏଚଜି ସଦସ୍ୟଙ୍କ ଶପଥପାଠକୁ ନେଇ ବିଜେଡି ଉପରେ ବର୍ଷିଥିଲେ ଅପରାଜିତା । ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରି ଏମିତି ସରକାରଙ୍କ ପାଇଁ ଆମେ ଲଜ୍ଜିତ ବୋଲି କହିଥିଲେ ସାଂସଦ ଅପରାଜିତା । ଅନ୍ୟପଟେ ଅପରାହ୍ନରେ ଅପରାଜିତାଙ୍କୁ ତାଙ୍କ ଲଜ୍ଜାର ଉତ୍ତର ଦେଇଛନ୍ତି  ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଅପରାଜିତାଙ୍କ  କାର୍ଯ୍ୟ ପାଇଁ ମଧ୍ୟ ଓଡିଶା ଲଜ୍ଜିତ ବୋଲି ଲେଖି ଟୁଇଟରରେ କରିଛନ୍ତି ଏକାଧିକ ପୋଷ୍ଟ ।

BjdElectrycity

ଅପରାଜିତାଙ୍କୁ ମୁହଁତୋଡ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ, ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସାଂସଦ ।  ସେଥିପାଇଁ ସେ ଲଜ୍ଜା ଅନୁଭବ କଲେ ନାହଁକି ଓଡ଼ିଶାର ଲୋକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନାକଲେ ନାହଁ । ମହାପ୍ରଭୁଙ୍କ ଉପରେ ବିଶ୍ୱାସ କରୁଥିବା କୋଟିକୋଟି ଓଡିଶାବାସୀ ଏଥିପାଇଁ କିନ୍ତୁ ଲଜ୍ଜିତ ଅନୁଭବ କଲେ ବୋଲି ଏକ ଟୁଇଟ୍‍ରେ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଶ୍ରୀମତୀ ମିଶ୍ର ଏକାଧିକ ଟୁଇଟ୍‍ ଜରିଆରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କଡା ଜବାବ ଦେଇ କହିଛନ୍ତି, ‘ଯେତେବେଳେ ଆପଣଙ୍କ ଦଳର ଉପସଭାପତି ବୈଜୟନ୍ତ ପଣ୍ଡା ଆପଣଙ୍କ ନିର୍ବାଚନମଣ୍ଡଳୀରେ ଥିବା ଗରିବ ନିରୀହ ଅନୁସୂଚିତ ଜାତିର ଲୋକଙ୍କ ଜମି ଜବରଦଖଲ  କଲେ  । ଆପଣ ସେତେବେଳେ ମୁହଁ ଖୋଲିଲେ ନାହିଁ । ଏହାକୁ ଆୟକର ବିଭାଗ ଦ୍ୱାରା ବେନାମୀ କାରବାର ବୋଲି ମଧ୍ୟ କୁହାଯାଇଥିଲା । ଏହିପରି ଜମି ଦଖଲ ଏବଂ ଆପଣଙ୍କ ନୀରବତା ଯୋଗୁଁ ଓଡ଼ିଶା ଲଜ୍ଜିତ ଅନୁଭବ କଲା ।

ଶ୍ରୀମୟୀ ଆହୁରି କହିଛନ୍ତି, ଯେତେବେଳେ ଆପଣଙ୍କ ଦଳର ନେତା  ଜୟନାରାୟଣ ମିଶ୍ର ଏବଂ  ଇରାସିସ୍ ଆଚାର୍ଯ୍ୟ ମହିଳାଙ୍କୁ ଆକ୍ରମଣ କରି ସେମାନଙ୍କୁ ବଦନାମ କରିବାକୁଚେଷ୍ଟା କରିଥିଲେ ସେତେବେଳେ ଆପଣ ଲଜ୍ଜିତ ଅନୁଭବ କଲେନାହିଁ । କିନ୍ତୁ ଆମେ ଲଜ୍ଜିତ ଅନୁଭବ କଲୁ । ସେମାନଙ୍କ ଆଚରଣ ଏବଂ ଆପଣଙ୍କର ନୀରବତା କାରଣରୁ ଓଡ଼ିଶା ଲଜ୍ଜିତ ହେଲା ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି ଶ୍ରୀମୟୀ ।

ସେତେବେଳେ ଲୋକମାନେ ଖୁସି ହୁଅନ୍ତି ଯେତେବେଳେ ସେମାନଙ୍କର କାର୍ଯ୍ୟ ତୁରନ୍ତ କରାଯାଏ । ସେଭଳି କାର୍ଯ୍ୟକୁ ସମର୍ଥନ କରିବା ପରିବର୍ତ୍ତେ, ଆପଣ ଈର୍ଷା ପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଯଦି ଆପଣ ଏତେ ଲଜ୍ଜିତ ତେବେ ଲୋକମାନଙ୍କ ପାଖକୁ ଯାଆନ୍ତୁ ଏବଂ ଈର୍ଷାନ୍ୱିତ ହେବା ପରିବର୍ତ୍ତେ ସେମାନଙ୍କ ପାଇଁ ଅଧିକ କାମ କରନ୍ତୁ ବୋଲି ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀମୟୀ ଅପରାଜିତାଙ୍କୁ ଚାଲେଞ୍ଜ ଦେଇ ଆହୁରି କହିଛନ୍ତି,  ଯଦି ଆପଣ ପ୍ରକୃତରେ ଲଜ୍ଜିତ ଅନୁଭବ କରୁଛନ୍ତି ତେବେ ସରକାରଙ୍କୁ ଲିଖିତ ଆକାରରେ ଦିଅନ୍ତୁ ଯେ ଆପଣ ନିଜ ନିର୍ବାଚନମଣ୍ଡଳୀରେ କଲେଜ ଏବଂ ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ଚାହୁଁ ନାହାଁନ୍ତି । ଯଦି ଆପଣଙ୍କର ସତ୍‍ସାହସ ଅଛି ତେବେ ତାହା କରନ୍ତୁ ଏବଂ ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ଲୋକଙ୍କୁ କୁହନ୍ତୁ ଯେ ମୁଁ ଆପଣମାନଙ୍କର ମଙ୍ଗଳ ପାଇଁ ଏହାସବୁ କରିଛି । ’

ଦୁଇ ପ୍ରମୁଖ ଦଳର ପ୍ରମୁଖ ନେତ୍ରୀଙ୍କ କଳି ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଦଳୀୟ ରାଜନୀତି ଯାହା ହେଉଛି ହେଉ, କିନ୍ତୁ ଦୁଇ ନେତ୍ରୀଙ୍କର ଏପରି ବାକଯୁଦ୍ଧକୁ ବେଶ ଉପଭୋଗ କରୁଛନ୍ତି ୟୁଜର୍ସ । ୍

Leave A Reply

Your email address will not be published.