Latest Odisha News

BREAKING NEWS

ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ: ଜାଣନ୍ତୁ ଏହି ପିଠର ମାହାତ୍ମ୍ୟ..

କେନ୍ଦ୍ରାପଡ଼ା (ଓଡିଶା ସମ୍ବାଦ) : ପୁରାଣ ବର୍ଣ୍ଣିତ ଅନୁସାରେ ପବିତ୍ର ଗଙ୍ଗାନଦୀ ଠାରୁ ଶହେ ବର୍ଷ ବଡ଼ ହେଉଛି ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ l ଏହି ନଦୀକୂଳରେ ପୁରାଣ ବର୍ଣ୍ଣିତ ଅନୁସାରେ ଅବସ୍ଥିତ ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ l ଏହି କୁଦାନଗରୀ ପିଠ କେନ୍ଦ୍ରାପଡ଼ା ଜ଼ିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ପଞ୍ଚାୟତରେ ଅବସ୍ଥିତ । ଶହ ଶହ ବର୍ଷ ହେବ ଏହି କୁଦାନଗରୀ ପିଠ ଗଢି ଉଠିଥିଲେ ମଧ୍ୟ ବର୍ତ୍ତମାନ ଏହା ଅବହେଳିତ l ରାଜା ରାଜୋଡା ଶାସନ ସମୟରେ ଆଳିର ରାଜା ଏହି ପୀଠର ରକ୍ଷଣା ବେକ୍ଷଣା କରୁଥିଲେ । ପରବର୍ତ୍ତୀ ସମୟରେ ଜମିଦାର ମାନେ ଏହାର ଦେଖାଶୁଣା କଲେ l ଏହି ପୀଠର ଅନେକ କିଛି ମହାତ୍ମ୍ୟ ରହିଥିବା ବେଳେ ଏହି ପୀଠରେ ଯଦି କିଛି ଉନ୍ନତିମୂଳକ କାର୍ଯ୍ୟ କରାଯାଆନ୍ତା ତେବେ ବହୁତ ପର୍ଯ୍ୟଟକ ଏଠାକୁ ଆକର୍ଷିତ ହୁଅନ୍ତେ ।

କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗର ଶେଷ ଏବଂ କଳିଯୁଗର ଆରମ୍ଭ ସମୟରେ ପରୀକ୍ଷିତ ରାଜା ରାଜଗାଦି ଛାଡ଼ି ନୈମିସ୍ୟା ଅରଣ୍ୟରେ ଭ୍ରମଣ କରୁଥିବା ବେଳେ ତାଙ୍କୁ ଭୀଷଣ ଶୋଷ ଲାଗିଥିଲା l ସେହି ସମୟରେ ଭୃଙ୍ଗ ରୁଷି ନୈମିସ୍ୟା ଅରଣ୍ୟରେ ଧ୍ୟାନମଗ୍ନ ଥିଲେ । ଭୃଙ୍ଗ ଋଷିଙ୍କୁ ଦେଖି ପରୀକ୍ଷିତ ରାଜା ତୃଷ୍ନା ମେଣ୍ଟାଇବା ପାଇଁ ତାଙ୍କୁ ପାଣି ମାଗିଥିଲେ l ଋଷି ଧ୍ୟାନମଗ୍ନ ଥିବାରୁ ପରୀକ୍ଷିତ ରାଜାଙ୍କ କଥାକୁ ଶୁଣିପାରିନଥିଲେ l ଏହାପରେ ପରୀକ୍ଷିତ ରାଜା କ୍ରୋଧାନ୍ୱିତ ହୋଇ ଜଙ୍ଗଲରେ ପଡ଼ିଥିବା ମଲାସାପକୁ ଆଣି ଋଷିଙ୍କ ବେକରେ ଗୁଡ଼ାଇ ଦେଇଥିଲେ l ସଙ୍ଗେ ସଙ୍ଗେ ଋଷିଙ୍କ ଧ୍ୟାନଭଙ୍ଗ ହୋଇଥିଲା ଏବଂ ସେ ପରୀକ୍ଷିତ ରାଜାଙ୍କୁ ବ୍ରହ୍ମସାପ ଅଭିଶାପ ଦେଇଥିଲେ l ଏହି ବ୍ରହ୍ମସାପ ଅଭିଶାପରୁ ମୁକ୍ତ ହେବା ପାଇଁ ପରୀକ୍ଷିତ ରାଜା ଗଙ୍ଗାନଦୀ ଠାରୁ ଶହେ ବର୍ଷ ବଡ଼ ଚିତ୍ରୋତ୍ପଳା ନଦୀର କୂଳରେ ଥିବା ଶୁକମୁନିଙ୍କ ନିକଟରେ ଶରଣlପର୍ଣ୍ଣ ହୋଇଥିଲେ l ସେବେଠାରୁ ଏହି ସ୍ଥାନର ନାମ ହେଲା କୁଦାନଗରୀ ପିଠ । ଏହି ଠାରେ ମଧ୍ୟ ପରୀକ୍ଷିତ ରାଜାଙ୍କର ମହାପ୍ରୟାଣ ଘଟିଥିଲା l

ଅଚ୍ୟୁତାନନ୍ଦଙ୍କ ପୀଠରୁ କୋରୁଆ ଜିବା ବାଟରେ ପଡିଥାଏ ଏହି କୁଦାନଗରୀ ପିଠ l ଏହି ପୀଠରେ ଦକ୍ଷିଣକାଳୀଙ୍କ ମନ୍ଦିର, କାଞ୍ଚନେଇ ଠାକୁରାଣୀ ମନ୍ଦିର, ଶୁକମୁନି ଙ୍କ ମନ୍ଦିର, ହରପାର୍ବତୀ ମନ୍ଦିର, ଜଗନ୍ନାଥଙ୍କ ମନ୍ଦିର, ରାମଲକ୍ଷ୍ମଣ ମନ୍ଦିର, ହନୁମାନ ମନ୍ଦିର, ଏବଂ ରାଧାକୃଷ୍ଣ ଙ୍କର ମନ୍ଦିର ରହି ଅଛି l ପବିତ୍ର ମାଘ ସପ୍ତମୀରେ ହଜାର ହଜାର ସଂଖ୍ୟାରେ ଭକ୍ତ ଏହି ପିଠକୁ ଆସି ଚିତ୍ରୋତ୍ପଳା ନଦୀରେ ବୁଡ଼ ପକାଇ, ନିଜ ପିତୃ ପୁରୁଷଙ୍କର ଅସ୍ଥି ବିସର୍ଜନ କରିଥାନ୍ତି l ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବାରୁ ବହୁତ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି l ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ କାଜୁ ଜଙ୍ଗଲ ରେ ପରିପୂର୍ଣ ହୋଇ ଥିବାରୁ ବଣଭୋଜି ପାଇଁ ପର୍ଯ୍ୟଟକ ମାନେ ଆକୃଷ୍ଟ ହୋଇଥାନ୍ତି l

Leave A Reply

Your email address will not be published.