Latest Odisha News

BREAKING NEWS

ଇଗା ସ୍ୱିଟେକ ଜିତିଲେ ଫ୍ରେଂଚ ଓପନ ଟେନିସ

ପ୍ୟାରିସ: ଫ୍ରେଂଚ ଓପନ ମହିଳା ଟେନିସ ସିଙ୍ଗଲ୍ସ ଟାଇଟଲ ହାତେଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ଇଗା ସ୍ୱିଟେକ । ପୋଲାଣ୍ଡର ଏହି ଖେଳାଳି ଫାଇନାଲରେ ଆମେରିକାର କୋକୋ ଗାଫଙ୍କୁ ୬-୧ ଓ ୬-୩ ସେଟରେ ପରାସ୍ତ କରିଥିଲେ । ଟାଇଟଲ ମୁକାବିଲାରେ ଇଗା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିଥିଲେ । ସେ ୨ଟି ଯାକ ସେଟରେ କୋକୋଙ୍କୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବାର କୌଣସି ସୁଯୋଗ ଦେଇ ନ ଥିଲେ । ୨୦୨୦ ସିଜନରେ ସେ ଆମେରିକାର ସୋଫିୟା କେନନଙ୍କୁ ହରାଇ ଫ୍ରେଂଚ ଓପନ ଟାଇଟଲ ହାସଲ କରିଥିଲେ ।

ସେମି ଫାଇନାଲରେ ସ୍ୱୀଟେକା ୬-୨, ୬-୧ରେ କାସତାକିନାଙ୍କୁ ଏବଂ କୋକୋ ୬-୩, ୬-୧ ସେଟରେ ମାର୍ଟିନା ଟ୍ରେଭିସନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ସ୍ୱୀଟେକା ଓ କୋକୋ ପରସ୍ପର ବିରୋଧରେ ୨ଟି ମ୍ୟାଚ ଖେଳିଥିବା ବେଳେ ୨ ଥର ଯାକ ସ୍ୱୀଟେକା ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.