Latest Odisha News

ଶବ ଦାହ ବେଳେ ନିଆଁପଡ଼ିି ୨ ଗୁରୁତର

ଢେଙ୍କାନାଳ : ନିମିଷକେ ଘଟିଗଲା ଅଘଟଣ । ଶବ ଦାହ ବେଳେ ନିଆଁ ପଡ଼ି ଦୁଇ ଜଣ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଦୁଇଜଣଙ୍କୁ ଭର୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା କାମାକ୍ଷାନଗର ପରଜଙ୍ଗଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବତାଂସିହ ଗାଁ ରେ ଘଟିଛି।

BjdElectrycity

ଆଜି ସକାଳେ ଗାଁ ରେ ଅକ୍ଷୟ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଶବକୁ ଗାଁ ର ପାଖାପାଖି ୨୦ଜଣ ଲୋକ ଦାହ ପାଇଁ ଶ୍ମଶାନକୁ ନେଇଯାଇଥିଲେ । ମୃତଦେହ ଦାହ ହେଉଥିବା ସମୟରେ ବତାସିଂହ ଗାଁର କାଳିଆ ବେହେରା ଏକ କିରୋସିନ ଜାର ଠିପି ନଖୋଲି ସିଧା ସଳଖ କୋରୋସିନ ସହିତ ଜଳୁଥିବା ଜୁଇ ଉପରକୁ ପକାଇ ଦେଇଥିଲେ ।

ଫଳରେ କିରୋସିନ ଜାର ବ୍ଲାଷ୍ଟ ହୋଇ ତାଙ୍କ ଦେହରେ ପଡ଼ିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କ ସହ ଖଇରପଶି ଗାଁ ର ନିତ୍ୟାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତି ମଧ୍ୟ ଗୁରୁତରହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Leave A Reply

Your email address will not be published.