Latest Odisha News

BREAKING NEWS

ଚାପରେ ମୁଣ୍ଡ ଝୁଙ୍କାଇଲା ପାକିସ୍ତାନ, ବୀରଦର୍ପରେ ଫେରୁଛନ୍ତି ଅଭିନନ୍ଦନ…

ନୂଆଦିଲ୍ଲୀ: ପାକିସ୍ତାନ ସେନା କବଳରେ ଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଆଜି ଭାରତ ଫେରୁଛନ୍ତି ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଦିନ ଭାରତୀୟ ବାୟୁସେନା ପାଇଲଟଙ୍କୁ ମୁକ୍ତ କରିଦେବାକୁ ଘୋଷଣା କରିବା ପରେ ଆଜି ଦିନ ୩ଟା ସମୟରେ ପାକିସ୍ତାନ-ଭାରତ ସୀମାରେ ଥିବା ୱାଘା-ଅଟ୍ଟାରୀ ବୋର୍ଡ଼ର ଚେକ୍ ପୋଷ୍ଟ ଦେଇ ଭାରତକୁ ଆସିବେ ଭାରତୀୟ ବୀର ଯବାନ ଅଭିନନ୍ଦନ ।

ଇତିମଧ୍ୟରେ ଅଭିନନ୍ଦନଙ୍କୁ ଇସଲାମାବାଦରୁ ଏକ ସ୍ୱତନ୍ତ୍ର ପାକିସ୍ତାନୀ ବିମାନ ଯୋଗେ ଲାହୋରକୁ ଅଣାଯାଇଛି । ଲାହୋରରୁ ତାଙ୍କୁ ଗାଡ଼ିରେ ୱାଘା ସୀମାନ୍ତବର୍ତ୍ତୀ ଚେକପୋଷ୍ଟକୁ ଅଣାଯିବା ପରେ ତାଙ୍କୁ ସେଠାରେ ଆନୁଷ୍ଠାନିକ ଭାବେ ଭାରତକୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଶୁକ୍ରବାର ଦିନ ପାକିସ୍ତାନରେ ଏକ କୋର୍ଟରେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ ନକରିବାକୁ ଏକ କୋର୍ଟରେ ମାମଲା ଦାଏର କରାଯାଇଛି । ଆନ୍ତର୍ଜାତୀକ ସମୁଦାୟର ପ୍ରବଳ ଚାପ ଆଗରେ ପାକିସ୍ତାନ ବୈଦେଶିକ ତଥା କୂଟନୀତି ହାର୍ ମାନିଥିବା ସହିତ ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବାକୁ ଏକରକମ ବାଧ୍ୟ ହୋଇଛି ।

ଆଜି ବାୟୁସେନା ୱିଙ୍ଗ୍ କମାଣ୍ଡର ଭାରତ ଫେରୁଥିବା ପରିପ୍ରେକ୍ଷୀରେ ସମଗ୍ର ଦେଶରେ ଆନନ୍ଦ ଉତ୍ସାହ ପରିଲକ୍ଷିତ ହୋଇଛି । ପ୍ରାୟ ସମସ୍ତ ସୋସିଆଲ୍ ମିଡ଼ିଆରେ ବୀର ଅଭିନନ୍ଦନଙ୍କ ଦେଶମାତୃକା ଲାଗି ତାଙ୍କର ପରାକାଷ୍ଠାକୁ ବେଶ୍ ପ୍ରଶଂସା କରାଯାଇଛି । ସମସ୍ତ ବୈଦ୍ୟୁତିକ ତଥା ଛାପା ଗଣମାଧ୍ୟମ ଅଭିନନ୍ଦନଙ୍କ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.