Latest Odisha News

BREAKING NEWS

ଓୟୁଏଟି କ୍ୟାମ୍ପସରେ ୨ ଜଣ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓୟୁଏଟି କଲେଜ ପରିସରରେ ଆଜି ଦୁଇ ଜଣ +୩ ପ୍ରଥମ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାନେ ର‌୍ୟାଗିଂ ସହ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ଛାତ୍ର ଦ୍ଵୟ ଶିରିପୁର ଥାନାରେ ମାମଲା ରୁଜୁ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ ଛାତ୍ରଙ୍କୁ ସିନିୟର୍ ଛାତ୍ର ପାଖକୁ ଡାକିବା ସହ କଣ ପାଇଁ କଲେଜ ହଷ୍ଟେଲ ଛାଡିଲ ବୋଲି ପ୍ରଶ୍ନ କରିଥିଲେ । ଛାତ୍ର ଦ୍ଵୟ କିଛି ନକହିବାରୁ ସିନିଅର ଛାତ୍ରମାନେ କଲେଜ ପରିସରେ ଉଭୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହି ସମୟରେ ୨ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର ସତ୍ୟ ସ୍ୱରୂପ ନାୟକ ସେମାନଙ୍କ ନିକଟରୁ ଖସି ଆସି ସ୍ଥାନୀୟ ଶିରିପୁର ଥାନାରେ ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ଏନେଇ ପୋଲିସ ଉକ୍ତ ଛାତ୍ରଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେବା ସହ ଏକ ମାମଲା ରୁଜୁ କରିଥିଲେ ।

ଦାଏର ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ କଲେଜ କର୍ତ୍ତୃପକ୍ଷ କୌଣସି ମନ୍ତବ୍ୟ ଦେଇନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.