Latest Odisha News

BREAKING NEWS

ପରସ୍ପର ସହ ପିଟି ହେଲା ଦୁଇଟି ବିମାନ, ଅଳ୍ପକେ ବର୍ତ୍ତିଲେ କ୍ରିଉ ମେମ୍ବର ଓ ଯାତ୍ରୀ

ଟୋକିଓ: ବିମାନ ବନ୍ଦରରେ ଅଘଟଣ । ଯାତ୍ରୀବାହୀ ବିମାନରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୩୬୭ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଜାପାନର ହୋନେଡା ବିମାନ ବନ୍ଦରରେ । ଆଜି ଅବତରଣ ସମୟରେ ରନ ଓ୍ବେରେ ଜାପାନ ଏୟାରଲାଇନ୍ସର ଏକ ବିମାନ ସହିତ କୋଷ୍ଟଗାର୍ଡ ବିମାନ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଯାତ୍ରୀବାହୀ ବିମାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ବିମାନଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି ।

ରିପୋର୍ଟ ମୁତାବିକ, ଦୁର୍ଘଟଣା ପରେ ପରେ ବିମାନ ବନ୍ଦରରେ ଥିବା ଫାୟାର ଟିମ୍ ପହଁଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ସମୟର କସରତ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ଏହି ଜାପାନ ଏୟାରଲାଇନ୍ସ ବିମାନରେ ୩୬୭ ଜଣ ଯାତ୍ରୀ ଥିଲେ । ହେଲେ ଏଥିରେ ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି ।

ତେବେ ଏହି ଦୁଇ ବିମାନ କିପରି ପରସ୍ପର ସହ ଧକ୍କା ହେଲେ, ଉଭୟ କିପରି ସମାନ ରୁଟ୍ ରେ ଅବତରଣ ଓ ଉଡାଣ ପାଇଁ ଅନୁମତି ମିଳିଥିଲା ଏବେ ସେନେଇ ତଦନ୍ତ କରାଯିବ ବୋଲି ଜାପାନ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.