Latest Odisha News

BREAKING NEWS

ପରଜଙ୍ଗରେ ହାତୀ ଆତଙ୍କ : ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ : ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ହାତୀ । ଫଳରେ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଘର ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ଦନ୍ତା ହାବୁଡ଼ରେ ପଡିଯାଇଥିଲେ ।

କେବଳ ସେତିକି ନୁହେଁ ସେହିପରି ପରଜଙ୍ଗ ଗଣ୍ଡତଇଳା ଗାଁର ବାରି ନାୟକଙ୍କୁ ଘର ପାଖ ବାଡ଼ିରେ କଚାଡି ମାରିଛି ଦନ୍ତା । ଶୌଚ ହେବାକୁ ଯାଇଥିବା ବେଳେ ଘନ କୁହୁଡି ଯୋଗୁଁ ହାତୀଟିକୁ ଦେଖି ପାରିନଥିଲେ ବାରି । ଯାହାଦ୍ବାରା ଦନ୍ତା ହାତୀଟି ଶୁଣ୍ଢରେ ବାରି ନାୟକଙ୍କୁ କଚାଡି ମାରିଥିଲା ।

ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି । ତେବେ ହାତୀ ଆକ୍ରମଣକୁ  ସେହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.