Latest Odisha News

BREAKING NEWS

ଝଗଡ଼ାର ପ୍ରତିଶୋଧ: ଜମିରେ ଡେଇଁ ଡ଼େଇଁ ଫସଲ ନଷ୍ଟ କଲେ ଦୁଇ ମହିଳା

ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ଅଜବ ଘଟଣା ଦେଖିବାକୁ ମିଳୁଥିବା ବେଳେ ସେଭିତରୁ କିଛି ମନୋରଞ୍ଜନର ଖୋରାକ ବି ଯୋଗାଇଥାଏ । ଏବେ ଏହିପରି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ । ଦୁଇ ଜଣ ମହିଳା ଉତ୍ତ୍ୟକ୍ତ ହୋଇ ପ୍ରତିଶୋଧ ନେବା ପାଇଁ କେମିତି ପରସ୍ପରର ଜମିରେ ଡ଼େଇଁ ଡ଼େଇଁ ଫସଲ ନଷ୍ଟ କରୁଛନ୍ତି, ତାହା ଦେଖିବାକୁ ମିଳିଛି ଏହି ଭିଡ଼ିଓରେ ।

ନିକଟରେ ଏଭଳି ଏକ ମଜାଦାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଏଥିରେ ଦୁଇଜଣ ମହିଳାଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ଚାଷ ଜମିରେ ସେମାନଙ୍କ ଝଗଡ଼ାର ପ୍ରତିଶୋଧ ନେଉଥିବା ନଜରକୁ ଆସିଥିଲେ । କେହି କାହାକୁ ଆକ୍ରମଣ କରୁନାହାନ୍ତି , ବରଂ ଉଭୟ ପରସ୍ପର ଜମିରେ ଡ଼େଇଁ ଡ଼େଇଁ ଫସଲ ନଷ୍ଟ କରୁଛନ୍ତି ।

ଦେଖାଯାଉଛି ଯେ, ପ୍ରଥମ ମହିଳା ଅନ୍ୟର ଜମିରେ ପଶି ଫସଲକୁ ନଷ୍ଟ କରୁଛନ୍ତି । ଏହା ଦେଖି ଅନ୍ୟ ମହିଳା ଜଣଙ୍କ ରାଗିଯାଇ ପ୍ରତିଶୋଧ ନେବାକୁ ସଙ୍ଗେ ସଙ୍ଗେ ଅନ୍ୟର କ୍ଷେତକୁ ଆସି ଡ଼େଇଁ ଡ଼େଇଁ ଫସଲ ନଷ୍ଟ କରୁଛନ୍ତି । ଏହି ଝଗଡ଼ାର ମଜାଳିଆ ଭିଡିଓ ଦେଖିବା ପରେ ଲୋକମାନେ ହସି ହସି ବେଦମ ହୋଇଯାଉଛନ୍ତି । ଏଥିସହିତ ଅନେକ ଭ୍ୟୁୟର୍ସ ମଜାଳିଆ କମେଣ୍ଟ ବି ଦେଇଛନ୍ତି । ଅନେକ ଏହାକୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଥିବା ସୀମା ବିବାଦ ସହିତ ତୁଳନା କରିଥିବା ବେଳେ ଆଉ କିଛି ଉଭୟଙ୍କ ନାମକୁ ରାସନକାର୍ଡ଼ରୁ କାଟିଦେବା ଦରକାର ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.