Latest Odisha News

ମାଟ୍ରିକ ପରୀକ୍ଷାରେ ତ୍ରୁଟି: ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର:ମାଟ୍ରିକ ପରୀକ୍ଷାରେ ସଂଘାତିକ ତ୍ରୁଟି । ପ୍ରଶ୍ନପତ୍ର ସେଟ ‘ବି’ ସେଟରେ ରହିଛି ‘ଏ’ ସେଟର ପ୍ରଶ୍ନ । ପ୍ରଶ୍ନ ପତ୍ରରେ ୧୯ ନମ୍ବର ପ୍ରଶ୍ନ ବି ନାହିଁ । ପ୍ରଶ୍ନପତ୍ରରେ ଗୋଟିଏ ନମ୍ବର ନ ଥିବାରୁ ଛାତ୍ରଛାତ୍ରୀ ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଉଛନ୍ତି । ଏଭଳି ତ୍ରୁଟି ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଚିନ୍ତାର ପଡି ଯାଇଛି ।

ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି,  ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଛି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ସେମାନେ କହିଛନ୍ତି।  ବୋର୍ଡ କର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି ।

ସେହିପରି ପାରଳାଖେମୁଣ୍ଡି, ନୟାଗଡ, ଢେଙ୍କାନାଳରେ ମଧ୍ୟ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ ଆସିଛି।

ଅନ୍ୟପକ୍ଷେ ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ  ବୋର୍ଡ ସଭାପତି ସ୍ୱୀକାର କରିଛନ୍ତି।  ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଆସିଥିବା ସେ ସ୍ୱୀକାର କରିଛନ୍ତି । ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।  ଏହାର ତର୍ଜମା କରାଯିବ  । ଏଥିସହିତ  ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

Leave A Reply

Your email address will not be published.