Latest Odisha News

BREAKING NEWS

ଖେଳୁ ଖେଳୁ ପାଣି ଡେକ୍ଚିରେ ପଡିଗଲା କୁନି ଝିଅ, ଚାଲିଗଲା ଜୀବନ

ରେଢ଼ାଖୋଲ:ଗୋଟିଏ ମୁହୂର୍ତ୍ତର ଅସାବଧାନତା କେତେ ବଡ ବିପର୍ଯ୍ୟୟ ଆଣିପାରେ ! ସାରା ଘରେ ଶୋକର ଲହରୀ । ସମସ୍ତେ କାନ୍ଦୁଛନ୍ତି । କାହିଁକି ଏମିତି ହେଲା ? ହୁଏତ ଟିକିଏ ପୂର୍ବରୁ ଝିଅକୁ ଖୋଜିଥିଲେ ଏପରି ବିପଦ ଆସି ନ ଥାନ୍ତା  । ହେଲେ ଏ ଥିଲା ସମୟର ଖେଳ । ପରିବାର ଲୋକଙ୍କ ସାମ୍ନାରେ ଖେଳୁଥିଲା କୁନି ଝିଅଟି । କେତେବେଳେ ପଡି ଯାଇଛି ପାଣି ଡେକ୍ଚି ଭିତରେ କେହି ଜାଣି ପାରି ନାହାନ୍ତି । ଖୋଜିଲା ବେଳକୁ ସବୁ ଶେଷ । ଏମିତି ଅଭାବନୀୟ ଘଟଣା ଘଟିଛି ରେଢାଖୋଲରେ ।

ରେଢ଼ାଖୋଲ ଏନ୍‌ଏସି ଦେହୁରୀ ସାହିର ଘଟଣା । ବିବେକାନନ୍ଦ ବେଉରାଙ୍କ ସାନ ଝିଅ ନଵ୍ୟ ନିବେଦିତା । ସକାଳୁ ଉଠି ନିତ୍ୟ କର୍ମ ସାରି ଖେଳୁଥିଲା । ପରିବାର ଲାେକେ ବି ଘରର ସକାଳୁଆ କାମରେ ବ୍ୟସ୍ତ ଥିଲେ । ଟିକିଏ ଅନ୍ୟମନସ୍କତା ଭିତରେ ନିବେଦିନା କେମିତି ନିକଟରେ ଥିବା ପାଣି ଡେକ୍ଚି ଭିତରେ ପଡି ଯାଇଥିଲା ।  ପରିବାର ଲୋକେ ଜାଣି ପାରି ନ ଥିଲେ ।

କିଛି ସମୟ ପରେ ହଠାତତ ଝିଅକୁ ଖେଳିବା ସ୍ଥାନରେ ନ ପାଇ ବ୍ୟସ୍ତ ହୋଇଥିଲେ ପରିବାର ଲାେକେ । ଖୋଜାଖୋଜି କରିଥିଲେ । ସାହିପଡିଶ, ଦାଣ୍ଡ ବାରି ସବୁଆଡେ ଖୋଜିଲେ । ହେଲେ କେଉଁଠି ନ ଥିଲା ଝିଅ । ଏସବୁ ଭିତରେ  କାହାରି ଦୃଷ୍ଟି ପଡି ନ ଥିଲା ପାଣି ଡେକ୍ଚିରେ ।

ସେତେବେଳକୁ ଅନେକ ସମୟ ହୋଇଗଲାଣି । ହଠାତ ପାଣି ଡେକ୍ଚିରେ ଦେଖିଲେ ଝିଅ ପଡି ଯାଇଛି । ତୁରନ୍ତ ଡାକ୍ତରଖାନା ନେଇଥିଲେ ।  ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର  ଶିଶୁଟିର ମୃତ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି ।

Leave A Reply

Your email address will not be published.