Latest Odisha News

BREAKING NEWS

୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କଲା ୟୁଏଇ

ନୂଆଦିଲ୍ଲୀ: ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କଲା ୟୁଏଇ । ଏଭଳି କରିବାରେ ଏହା ପ୍ରଥମ ଆରବ ଦେଶ ହୋଇଛି । ୟୁଏଇ ସରକାର ଗୁରୁବାର ଏକ ନୂଆ ନିୟମ ପାସ୍ କରିଛନ୍ତି । ଏହି ନିୟମ ମାଧ୍ୟମରେ ୧୫ବର୍ଷରୁ କମ୍ ବୟସର ପିଲାମାନେ ଏବେ ନିଜ ପର୍ସନାଲ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲିପାରିବେ ନାହିଁ ଏବଂ ନା ତାକୁ ଚଳାଇପାରିବେ ।

ଯେଉଁ ପିଲାମାନେ ୧୫ କିମ୍ବା ୧୬ ବର୍ଷର ଅଟନ୍ତି ତାଙ୍କୁ ସୋସିଆଲ ମିଡ଼ିଆ ଚଳାଇବାକୁ ଅନୁମତି ଅଛି । ଏଥିଲାଗି କିଛି ଖାସ୍ ସେଫ୍ଟି ଫିଚର୍ସ ଲଗାଯିବ । ଏଥିରେ ବୟସ ହିସାବରେ କଣ୍ଟେଣ୍ଟ ଦେଖାଯିବ, ଅଜଣା ବ୍ୟକ୍ତିଙ୍କ ସହ କଥା ହେବା ଉପରେ ରୋକ ଲଗାଇବା, ସ୍କ୍ରିନ୍ ଟାଇମକୁ କଣ୍ଟେ୍ରାଲ କରୁଥିବା ଟୁଲ୍ସ ଏବଂ ଅଭିଭାବକଙ୍କ ତଦାରଖ ଭଳି ଫିଚର୍ସ ସାମିଲ ହେବ । ଏହି ନିୟମ ୟୁଏଇରେ ଚାଲୁଥିବା ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲାଗୁ ହେବ ।

ଡିଜିଟାଲ ଆଇଡି ଚେକ୍ ଏବଂ AI ତଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଥିବା ଟେକ୍ନୋଲୋଜିର ବ୍ୟବହାର କରାଯିବ । କେତେକ ପିଲା ନିଜେ କହିଦେବେ କି ତାଙ୍କ ବୟସ ଏତିକି ଅଟେ, ଏହି ତରିକା ଏବେ ମାନ୍ୟ ହେବ ନାହିଁ । ଏବେ ୧୫ବର୍ଷରୁ କମ୍ ବୟସର ପିଲାଙ୍କ କରାଯାଇଥିବା ଆକାଉଣ୍ଟ ବନ୍ଦ କରାଯିବ ।

ସରକାରଙ୍କ କହିବା ଅଟେ କି ଏହି ନିଷ୍ପତ୍ତି ଏଥିଲାଗି ଉଠାଯାଇଛି କାରଣ ପିଲାଙ୍କ ସାମ୍ନାରେ ଭୁଲ୍ କଣ୍ଟେଣ୍ଟ ଆସିଯାଇଥାଏ । ପିଲାମାନେ ବହୁତ ଅଧିକ ସମୟ ସୋସିଆଲ ମିଡ଼ିଆରେ ବିତାଉଛନ୍ତି ଏବଂ ତାଙ୍କ ପର୍ସନାଲ ଡାଟା ବି ଯୋଡ଼ା ଯାଇଥାଏ । ଏହି ଚିନ୍ତାକୁ ଦୂର କରିବା ଲାଗି ଏହି ନିୟମ ନିଆଯାଇଛି । ସୋସିଆଲ ମିଡ଼ିଆ କମ୍ପାନୀକୁ ଏହି ନୂଆ ନିମୟକୁ ଲାଗୁ କରିବା ଲାଗି ୧୨ମାସ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

Leave A Reply

Your email address will not be published.