ମୁମ୍ବାଇ: ମହାରାଷ୍ଟ୍ର ଭାୟା ସୁରଟ ହୋଇ ଗୈାହାଟିରେ ଏକନାଥ ସିନ୍ଦେ ଯେଉଁ ବିଦ୍ରୋହ ରାଜନୀତି କରୁଛନ୍ତି ତାହା ବୁଝିବାରେ ସଂଜୟ ଏବଂ ଉଦ୍ଧବ ଫେଲ ହୋଇଛନ୍ତି । ଧମକ ଚମକ ଦେଇ ପାର୍ଟି ଚଲାଇବାରେ ବିଶ୍ବାସ ରଖୁଥିବା ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏବେ ନିରୁପାୟ । ସମସ୍ତ ଚେଷ୍ଟା ସତ୍ତ୍ବେ ନିଜ ବିଧାୟକଙ୍କୁ ବୁଝାଇବାରେ ବିଫଳ ହୋଇଥିବା ଉଦ୍ଧବ ଏବଂ ସଂଜୟ ଏବେ ନିଜ ବିଧାୟକଙ୍କୁ ଗାଳି, ମାଡ ର ଭୟ ଦେଖାଉଛନ୍ତି । ତେବେ ଏବେ ଯାହା ଚର୍ଚା ହେଉଛି ସିନ୍ଦେ ଦିଲ୍ଲୀରେ ଆଇନ ଯୁଦ୍ଧ ଲଢ଼ିବା ସହ ଏବଂ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଗୁଜରାଟ ଯାଇ ଅମିତ ଶାହଙ୍କ ସହ ପ୍ଲାନ କରି ଫେରିଛନ୍ତି । ଏବଂ ମାଡ଼ ଭୟକୁ ନଡରି ଜବାବ ମଧ୍ୟ ଦେଇଛନ୍ତି ଏକନାଥ ସିନ୍ଦେ ।
How can Balasaheb Thackeray's Shiv Sena support people who had direct connection with culprits of Mumbai bomb blast, Dawood Ibrahim & those responsible for taking lives of innocent people of Mumbai. That's why we took such step, it's better to die, tweets Eknath Shinde pic.twitter.com/9Tbjd7CLs1
— ANI (@ANI) June 26, 2022
ମାଡ଼ ଭୟ
ଉଦ୍ଧବଙ୍କ ସରକାରର ସମସ୍ତ ରଣନୀତି ଏବେ ଫେଲ ମାରିଥିବା ବେଳେ ମାଡ଼ ଭୟ ଦେଖାଇଛନ୍ତି ସଂଜୟ ରାଉତ । କେବଳ ସଂଜୟ ରାଉତ ନୁହଁନ୍ତି, ଉଦ୍ଧବ ଠାକରେ ଏବଂ ଅନ୍ୟ ଶିବସେନା ନେତା ମଧ୍ୟ ଏହି ଭୟ ଦେଖାଉଛନ୍ତି । ପ୍ରତିଦିନ ଏଣୁ ତେଣୁ ମିଡିଆ ଆଗରେ କହି ଡରାଉଛନ୍ତି । ତେବେ ଏହି ଧମକକୁ ଖାତିର କରୁନାହାଁନ୍ତି ଏକନାଥ ସିନ୍ଦେ କିମ୍ବା ତାଙ୍କୁ ସମର୍ଥନ କରୁଥିବା ବିଧାୟକ ।
40 MLAs in Guwahati are living corpses, their souls are dead. Their bodies will be sent directly to the Assembly for post-mortem when they come back. They know what can happen in the fire that has been lit here: Shiv Sena leader Sanjay Raut in Mumbai pic.twitter.com/xnsBjaBmwB
— ANI (@ANI) June 26, 2022
ସୁରକ୍ଷା ପାଇଁ ରାଜ୍ୟପାଳ ଲେଖିଲେ ଚିଠି
ବିଦ୍ରୋହୀ ବିଧାୟକଙ୍କ ପରିବାରର ସୁରକ୍ଷା ପାଇଁ ନିଜେ ରାଜ୍ୟପାଳ କେନ୍ଦ୍ରୀୟ ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି । ସେପଟେ ସଂଜୟ ରାଉତଙ୍କ ଇସାରାରେ କିଛି ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ଘରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଏବେ କେନ୍ଦ୍ର ସରକାର କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି ।
Maharashtra Governor Bhagat Singh Koshyari writes to Union Home Secretary Ajay Bhalla regarding the security of MLAs (of Shinde Camp) and requested that adequate provision of Central Security forces to be made and kept ready, in case required, to address the situation.
— ANI (@ANI) June 26, 2022
ସଂଖ୍ୟା ବଢ଼ୁଛି
ଉଦ୍ଧବ ସରକାରଙ୍କ ବିରୋଧରେ ବିରୋଧ ସୃଷ୍ଟି କରିବା ଅସମ୍ଭବ ମନେ ହେଉଥିବା ବେଳେ ତାହା ସମ୍ଭବ କରି ଦେଖାଇଛନ୍ତି ଏକନାଥ ସିନ୍ଦେ । ସିନ୍ଦେଙ୍କ ନେତୃତ୍ବରେ ଯେଉଁ ବିଧାୟକମାନେ ଅଛନ୍ତି ସମସ୍ତେ ହିନ୍ଦୁତ୍ବ ପାଇଁ ଉଦ୍ଧବଙ୍କୁ ପରିତ୍ୟାଗ କରିଛନ୍ତି । ଏଥିରେ ଗୋଟିଏ କଥା ହେଉଛି ଯେ ଉଦ୍ଧବ ଇସ୍ତଫା ଦେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ । କାରଣ ସିନ୍ଦେଙ୍କ ପାଖରେ ବିଧାୟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମନ୍ତ୍ରୀ ଉଦୟ ସାମନ୍ତ ମଧ୍ୟ ଯାଇ ଏବେ ସାମିଲ ହୋଇଛନ୍ତି । ତାଙ୍କୁ ମିଶାଇ ଏବେ 52 ଜଣ ବିଧାୟକ ଗୈାହାଟୀରେ ଅଛନ୍ତି । ଆହୁରି 3 ବିଧାୟକ ଆସିବେ ବୋଲି କହିଛନ୍ତ କେସରକର ।
MLAs of the Shinde camp are ready to face the floor test in the Maharashtra Legislative Assembly at any time, but first recognition should be given to Eknath Shinde faction. We will not go with the MVA government: Rebel Shiv Sena MLA Deepak Kesarkar to ANI
(File Pic) pic.twitter.com/PQUMbapWBt
— ANI (@ANI) June 26, 2022
ଉଦ୍ଧବଙ୍କ ମୁଣ୍ଡ କାମ କରୁନି
ଦିନେ କହୁଥିଲେ ଚୈାକିର ଲୋଭ ନାହିଁ । ଆଜି ମାଡ ଭୟ ଦେଖାଉଛନ୍ତି । 40 ଶିବସେନା ବିଧାୟକ ସିନ୍ଦେଙ୍କୁ ନେତା ଭାବିଥିବାରୁ ଏବେ ସଂଜୟ ରାଉତ ଏବଂ ଉଦ୍ଧବଙ୍କ ବୁଦ୍ଧି କାମ କରୁନାହିଁ । ବିଶେଷ କରି ସିନ୍ଦେଙ୍କ ସହ ବିଦ୍ରୋହୀ ସବୁ ବିଧାୟକ ଆସାମରେ ଥିବାରୁ ସେଠାରେ ଉଦ୍ଧବ ଏବଂ ସଂଜୟଙ୍କ କ୍ଷମତା କିଛି କାମ କରୁନାହିଁ । ତେଣୁ କୋର୍ଟ ଯିବା ବ୍ୟତୀତ ଆଉ ତାଙ୍କ ପାଖରେ ଅନ୍ୟ ଗତି ନାହିଁ ।
ସୁପ୍ରିମକୋର୍ଟରେ ହେବ ଶୁଣାଣି
ମହାରାଷ୍ଟ୍ର ରାଜନୀତିକୁ ସିନ୍ଦେ ଏପରି ସ୍ତରକୁ ନେଇଯାଇଛନ୍ତି ଯେ ଉଦ୍ଧବ ଏବଂ ସଂଜୟଙ୍କ ହୋସ ଉଡିଯାଇଛି । ଧମକ ଚମକ କାମ ନକରିବା ପରେ ଏବେ ଆଇନର ବାଟ କୁ ବାଛିଛନ୍ତି ଉଦ୍ଧବ ସରକାର । ସରକାରକୁ ବଂଚାଇବା ଅସମ୍ଭବ ମନେ ହେଉଥିବା ବେଳେ 16 ବିଧାୟକ ଉପରେ କାର୍ଯ୍ୟାନୁଷ୍ଠାନ, ଅଯୋଗ୍ୟ ପାଇଁ ଉପବାଚସ୍ପତି କାରଣ ଦର୍ଶାଆ ନୋଟିସ ଜାରି କରିଛନ୍ତି । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି ସିନ୍ଦେ ଗୋଷ୍ଠୀ ।
Rebel Shiv Sena MLA Eknath Shinde approaches Supreme Court against the disqualification notices issued by the Dy Speaker against rebel Maharashtra MLAs. Plea also challenges the appointment of Ajay Chaudhary as the Shiv Sena's legislative leader in the House in place of Shinde. pic.twitter.com/KOBBj6RSiJ
— ANI (@ANI) June 26, 2022
Comments are closed.